ମା’ ବାରଦେଇଙ୍କ ପୀଠରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ଧନୁଯାତ୍ରା ଉଦଯାପିତ
ଜଗତସିଂହପୁର ଜିଲ୍ଲା ୨୫/୨ (ବୈଷ୍ଣବ ରାଉଳ) ନାଉଗାଁ ବ୍ଳକ ଅନ୍ତର୍ଗତ ତେଣ୍ଟୋଇ ସ୍ଥିତ ମା’ ବାରଦେଇଙ୍କ ପୀଠରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ଧନୁଯାତ୍ରାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାର ପାଞ୍ଚମ ତଥା ଶେଷ ଦୀନ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ସମାଜ ସେବୀ ନିରଞ୍ଜନ ନାୟକ ଯୋଗଦାନ କରିଥିବା ବେଳେ ଏହି ଉଦଯାପିତ ସଂଧ୍ୟାରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି କରୀ ଅବସର ଗ୍ରହଣ କରିଥିବା ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଦରବାରରେ ମହାରାଜ କଂସଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେପରେ କଂସଙ୍କ ଦରବାର ଆରମ୍ଭ ହୋଇ ଅକ୍ରୁର ଗୋପପୁରରେ ପ୍ରବେଶ ଓ କୃଷ୍ଣ ବଳରାମଙ୍କୁ ଧରି ମଥୁରା ଗମନ, ଗୋପୀମାନଙ୍କ ମଥୁରାରେ ଦହିବିକା, ଶିବଧନୁଭଗ୍ନ ସହ କଂସ ବଦ୍ଧ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାକୁ ଦେଖିବା ପାଇଁ ଏଠାରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ସାନ୍ତି ସୁଖଳା ରକ୍ଷା ପାଇଁ ନାଉଗାଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବକୁ ଧନୁଯାତ୍ରା ଆୟୋଜକ କମିଟିର ସଭାପତି ଗୈତମ କୁମାର ସାହୁ, ସମ୍ପାଦକ ପଶୃରାମ ବିଶ୍ବାଳ, ରବିନ୍ଦ୍ର କୁମାର ଲେଙ୍କା, ରୋହିତ କୁମାର ବିଶ୍ବାଳ ସରୋଜ କୁମାର ଲେଙ୍କା,ଅନନ୍ତ ଚରଣ ସ୍ବାଇଁ, ପୃର୍ଣୃଚନ୍ଦ୍ର ବିଶ୍ବାଳ, ଦିଲିପ ପଟ୍ଟନାୟକ, ବିଶ୍ବଜିତ ବିଶ୍ବାଳ, ବେଣୁଧର ବିଶ୍ବାଳ, ଅକ୍ଷୟ କୁମାର ବିଶ୍ବାଳ,ରଜ୍ଞନ କୁମାର ବିଶ୍ବାଳ,ନିରଜ୍ଞନ ସାହୁ, ପ୍ରକାଶ କୁମାର ବିଶ୍ବାଳ ଓ ବିଜୟ କୁମାର ବିଶ୍ବାଳ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଏହି ଧନୁଯାତ୍ରାକୁ ସାନ୍ତି ସୁଖଳା ସହିତ ପରିଚାଳନା କରିଥିଲେ।