ନୁନପୁର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ
ମ.ରାମପୁର,ତା୨୫।୨ (ନି.ପ୍ର) ଲକ୍ଷ୍ମୀନାରାୟଣ ପୂଜା ୧୨ ବର୍ଷ ପୂର୍ତ୍ତି ଅବସରରେ ମ.ରାମପୁର ବ୍ଲକ ଅଧିନସ୍ଥ ନୁନପୁର ପଂଚାୟତ ଅଧୀନ ଡୁମେରପାଲି ଗ୍ରାମ ଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ୨୫/୨ ବୁଧବାର ସକାଳେ ଏହାର ପୂର୍ଣ୍ଣାହୁତି ପଡିଛି। ଏନେଇ ରବିବାର ଅପରାହ୍ନ ତିନି ଘଣ୍ଟା ସମୟରେ ସ୍ଥାନୀୟ ବଡ ବନ୍ଧରୁ କଳସ ଯାତ୍ରା ହୋଇ ରାତ୍ରୀରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନାମ ଯଜ୍ଞରେ ଆୟୋଜକ ନୁନ୍ ପୁର ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୪ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ଶ୍ରୀମତୀ ଲକ୍ଷ୍ମୀ ଜାନି ଓ ଭୁଜନ ଜାନି ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିବା ବେଳେ ପ୍ରେମରାଜ ନନ୍ଦ ପୂଜକ ଓ ହୃଷିକେଶ ପାଢ଼ୀ ଜପକ ଭାବରେ ପୂଜନ କାର୍ଯ୍ୟ ପରିଚାଳନା କରିଥିବାବେଳେ ବାପୁନି ପୁରୋହିତ ସହଯୋଗ କରିଥିଲେ । ଲକ୍ଷ୍ମୀ ମନ୍ଦିର ସଭାପତି ସୁରେନ୍ଦ୍ର ରଣା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଶୁଶାନ୍ତ ରଣା ଅଗସ୍ତି ମାଝୀ, ସମାଜ ସେବୀ ପ୍ରେମ ସାଗର ନାଏକ ଓ ବାହନ ପତି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପଦ୍ଦେଷ୍ଟା ମଣ୍ଡଳୀ ଓ ସକ୍ରିୟ କର୍ମକର୍ତ୍ତା ଭାବରେ ଧରମା ନନ୍ଦ ରଣା,ହଳଧର ରଣା,ରାଜୁ ମାଝୀ, ହଳଧର ବକୁଳ ପ୍ରମୁଖ ନାମଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ବୁଧବାର ସକାଳେ ଏହି ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିବା ସହ ସଙ୍କୀର୍ତ୍ତନ ମଣ୍ଡଳୀ ନଗର କୀର୍ତ୍ତନ ଓ ଦଧିହାଣ୍ଡି ନଗର ପରିକ୍ରମା କରିଥିଲେ।