ଜଳୁଛି ଇଟା ଭାଟି ବଡୁଛି ଉତ୍ତାପ ସହ ବାୟୁ ପ୍ରଦୂଷଣ , ପ୍ରଶାସନ ନିରବ।
କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ରେ ଛତୁ ଫୁଟିଲା ଭଳି ଇଟା ଭାଟି ଗଢି ଉଠିଛି ଫଳରେ ଦିନକୁ ଦିନ ତାପ ମାତ୍ରା ବୃଦ୍ଧି ହେବା ସହ ବାୟୁ ପ୍ରଦୂଷଣ ପାଇବା ରେ ଲାଗିଛି। କଟା ହେଉଛି ହଜାର ହଜାର ଗଛ ବଢୁଛି ଉତ୍ତାପ , କୋତମେର ଓ ରାଜପୁର ଗାଁ ର ଚାରିଆଡ଼େ ଦେଖିବାକୁ ମିଳିଛି କୋଟି କୋଟି ଟଙ୍କାର ଇଟାଭାଟି ରାଜସ୍ୱ ବିଭାଗୀୟ ଅଧିକାରୀ ବାରମ୍ବାର ମନାକଲେ ସୁଦ୍ଧା କର୍ଣ୍ଣ ପାତ କରୁନଥିବା ଜଣାଯାଏ ।ସରକାର ମାଟି ଇଟା କୁ ବେନ କରିଥିବା ବେଳେ
ସରକାରୀ ନିୟମ କୁ ଉଲଘଂନ କରି ଇଟା ତିଆରି କରି ପୋଡିବା ପାଇଁ ଦିନ କୁ ଦିନ ହଜାର ହଜାର ଗଛ କଟା ଯାଉଛି ଫଳରେ ଅଞ୍ଚଳ ରେ ପରିବେଶ ଉପରେ ଏହାର ପ୍ରଚୁର ଭାବରେ ପ୍ରଭାବ ପଡୁଛି ଫଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ରେ ଲାଗିଛି ଅସହ୍ୟ ଗରମ ସହିତ ଗୁଲୁଗୁଳି ଦେଖା ଦେଉଛି ଅସହ୍ୟ ହେଉଛି ତାତି ଜଙ୍ଗଲ କୁ କାଟି ପଦା କରା ଯାଉଛି ସ୍ଥାନୀୟ ଫରେଷ୍ଟ ବିଭାଗ ଙ୍କ ଅପାରଗତା ଯୋଗୁଁ ଜଙ୍ଗଲକୁ କାଟି ଦିଆ ଯାଉଛି ।ଗ୍ରାମ୍ୟ ଜଙ୍ଗଲକୁ ଚିହ୍ନଟ କରି ବୃକ୍ଷ ରୋପଣ ପାଇଁ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସୂଚନାରୁ ଜଣାପଡିଛି। କାହାକୁ ଖାତିର କରୁ ନାହାନ୍ତି ଇଟା ଭାଟି ମାଲିକ ମାନେ ସତେ ଯେମିତି ତାଙ୍କୁ ସରକାର ଲାଇସେନ୍ସ ଦେଇଛନ୍ତି ତେବେ ଅଞ୍ଚଳ ରେ ଲକ୍ଷ ଲକ୍ଷ ବେଆଇନ ଇଟା ତିଆରି ହେଉଥିବା ବେଳେ କାହିଁକି ପ୍ରଶାସନ ନିରବ ରହିଛି । ଇଟା ଭାଟି ତିଆରି କରୁଥିବା ଗାଁ ଗୁଡିକ, କାଙ୍କେରି, କୋତମେର, ରାଜପୁର, ଚିଲିଚିଲା,ବ୍ରାହ୍ମଣ ଛେଣ୍ଡିଆ, ବେହେରଗୁଡ଼ା, ପ୍ରଭୁତି ଗାଁ ମାନଙ୍କ ରେ ତିଆରି ହେଉଛି ଇଟା ଭାଟି ଏହି ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଇଟାଭାଟି ମାଲିକ ମାନେ କହୁଛନ୍ତି ଆମ ପାଖରେ ରାଜସ୍ବ ବିଭାଗ ର ରସିଦ ଅଛି ଆମର କିଛି ହେବ ନାହିଁ ଆମକୁ ଅନୁମତି ମିଳିଛି ଏଭଳି ଭାବରେ ଖୁଲମ ଖୁଲା କହୁଛନ୍ତି ତେବେ ଏ ମାନଙ୍କୁ କିଏ ଦେଉଛି ପ୍ରସୟ ,ଛୋଟ ଛୋଟ ଶିଶୁଙ୍କୁ ନେଇ ଇଟା ତିଆରି କରିବା ଏବେ ସାମ୍ନାକୁ ଆସିଛି।ଯେଉଁ ସମୟରେ ଶିଶୁ ଖାତା କଲମ ଧରି ସ୍କୁଲ ଯିବା କଥା ସେ ବୟସରେ ତାକୁ କଠିନ ପରିଶ୍ରମ କରି ଇଟା ଗଢ଼ିବାକୁ ପଡୁଛି।ଗୋଟିଏ ପଟେ ସରକାର ଶିଶୁ ଶ୍ରମିକ ମାନଙ୍କୁ ମନା କରିଥିବା ବେଳେ ଏଠି ଦେଖିବାକୁ ମିଳୁଛି ତାର ଓଲଟା ,ସତରେ କଣ ମୋଟା ଅଙ୍କ ନେଇ ରାଜସ୍ବ ବିଭାଗ ଓ ଖଣି ବିଭାଗ ଦେଉ ନାହିଁ ତ ଅନୁମତି ଏବେ ଚର୍ଚ୍ଚା ମଧ୍ୟ ହେଉଛି ଅଞ୍ଚଳ ରେ ତେବେ ଦିନକୁ ଦିନ ପ୍ରଦୂଷିତ ହେଉଛି ବାୟୁ ବୃଦ୍ଧି ପାଉଛି ତାପମାତ୍ରା ସରକାର ତୁରନ୍ତ ଦୃଷ୍ଟି ଦେଇ ଅଞ୍ଚଳ ବେଆଇନ ଇଟା ଭାଟି ତିଆରି କରୁଥୁବା ଇଟା ମାଫିଆ ମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଞ୍ଚଳ ରେ ଦାବି ହେଉଛି। ଓ ଯଥାଶୀଘ୍ର ଗ୍ରାମ୍ୟ ଜଙ୍ଗଲ ମାନଙ୍କୁ ଚିହ୍ନଟ କରି ବୃକ୍ଷ ରୋପଣ କରିବା ପାଇଁ ସାଧାରଣରେ ଦାବି ହେଉଛି।