ସୁଭଦ୍ରା ଶକ୍ତି ମେଳାରେ ମହିଳା ଓ ଶିଶୁ ଆଇନ ସଚେତନତା କାର୍ଯ୍ୟକ୍ରମ
ନବରଙ୍ଗପୁର, ୩/୦୩ ସୁଭଦ୍ରା ଶକ୍ତି ମେଳା ଅବସରରେ ମହିଳା ଓ ଶିଶୁ ସମ୍ପର୍କିତ ବିଭିନ୍ନ ଆଇନ, ଅଧିକାର ଓ ସରକାରୀ ସୁବିଧା ବିଷୟରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡି ଏସ ଡବ୍ଲୁ ଓ) ମହୋଦୟା କାର୍ଯକ୍ରମରେ
ଅଧ୍ଯକ୍ଷତା କରିଥିଲେ। ତାଙ୍କ ଅଭିଭାଷଣରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମହୋଦୟା ଘରୋଇ ହିଂସା ( ମାନସିକ, ଶାରୀରିକ, ଆର୍ଥିକ, ଯୌନ) ସୁରକ୍ଷା ପାଇଁ ଏହି ଆଇନ। ଯୌତୁକ ନିଷେଧ ଅଧିନିୟମ,
କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (ନିରୋଧ, ପ୍ରତିଷେଧ ଓ ପ୍ରତିକାର) ଅନିୟମ, ୨୦୧୩, ମାତୃତ୍ବ ଲାଭ ଅଧିନିୟମ, ୧୯୬୧, ଓଡିଶା ଡାହାଣୀ ଅଭିଯୋଗ ଓ ନିର୍ଯାତନା ନିବାରଣ ଅଧିନିୟମ, ୨୦୧୩,ଶିଶୁ ବିବାହ ନିଷେଧ ଅଧିନିୟମ, ୨୦୦୬, ଅନୈତିକ ମାନବ ବ୍ୟବସାୟ (ନିରୋଧ) ଆଇନ, ୧୯୫୬, ଶିଶୁମାନଙ୍କର ନିଶୁଳ୍କ ଓ ଅନିବାର୍ୟ ଶିକ୍ଷା ଅଧିକାର ଅଧିନିୟମ, ୨୦୦୯ -ଶିଶୁ ଶ୍ରମିକଙ୍କ ପାଇଁ ଆଇନ, ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ, ୨୦୧୨
ଇମତ୍ସ୍ୟ, ୨୦୧୨ ଇଞ୍ଚ, ୧୯୯୪ – ଗର୍ଭାଧାନ ପୂର୍ବ ଓ ଗର୍ଭାବସ୍ଥା ପୂର୍ବ ନିଦାନ ପ୍ରଣାଳୀ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ, ୧୯୯୪ ସହିତ ଅନ୍ୟାନ୍ୟ ମହିଳା ଓ ଶିଶୁ ସମ୍ପର୍କିତ ଆଇନ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଏହି
ସମସ୍ତ ଆଇନ ମହିଳା ଓ ଶିଶୁଙ୍କ ଅଧିକାର ସୁରକ୍ଷା, ସମ୍ମାନ ଓ ସମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ମୂଲ୍ୟବାନ ଭୂମିକା ନିଭାଉଛି। ଓନ୍ ଷ୍ଟପ୍ ସେଣ୍ଟର ର ପ୍ରଶାସକା ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଓ ଏସ ସି ମାଧ୍ୟମରେ ନିର୍ଯାତିତ ମହିଳାମାନେ ଆଶ୍ରୟ, ଆଇନୀ ସହାୟତା, ମାନସିକ ପରାମର୍ଶ, ଚିକିତ୍ସା ସହାୟତା ଓ ପୁଲିସ
ସ୍ଥାନରେ ସହଯୋଗ ପାଇପାରୁ ଛନ୍ତି । ଅଗାନ୍ ଟ୍ରଷ୍ଟର ସମନ୍ଵୟକାରୀ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ମତ ପ୍ରକାଶ କରିଥିଲେ । ହବ୍ ଫର୍ ଉମେନ୍ ଏମ୍ପାୱରମେଣ୍ଟର ହବ୍ କର୍ମଚାରୀମାନେ ମହିଳାଙ୍କ ସାମାଜିକ, ଆର୍ଥକ ଓ ଶିକ୍ଷାଗତ ସଶକ୍ତି କରଣ,
ସ୍ୱାବଲମ୍ବନ ଓ ଶିକ୍ଷାର ଗୁରୁତ୍ଵ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ମିଶନ ଶକ୍ତିର ଡି ପି ସି ଙ୍କ ପରିଚାଳନା ନା ଓ ନିୟନ୍ତ୍ରଣରେ ସମଗ୍ର କାର୍ଯକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । ଚନ୍ଦାହାଣ୍ଡି, କୋଷାଗୁମୁଡା, ଝରିଗାଓଁ, ଉମେରକୋଟ ଓ ପାପଡାହାଣ୍ଡି ବ୍ଲକର ସିଡପଓ ସୁପରଭାଇଜର, ଏମ୍ ବି କେ ଓ ଏସ ଏଚ ଜି ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର