Header-News-Banner

ବଡମସିଗାଁ ‘ସଡ଼କ ଦୁର୍ଘଟଣା: ରାତିରେ ହସ୍ପିଟାଲକୁ ଧାଇଁଲେ ହୃଦୟବାନ ସମାଜସେବୀ ଦେବରାଜ ନାୟକ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର, ଶ୍ରୀଜଗନ୍ନାଥଙ୍କ ନିକଟରେ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା

0
IMG-20260303-WA0198

ନବରଙ୍ଗପୁର,୩/୩: ଗତକାଲି ବଡମସିଗାଁ ନିକଟରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଆହତମାନଙ୍କୁ ତୁରନ୍ତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସମାଜସେବୀ ତଥା ସରପଞ୍ଚ ପ୍ରତିନିଧି ଶ୍ରୀ ଦେବରାଜ ନାୟକ ହସ୍ପିଟାଲକୁ ପହଞ୍ଚି ଆହତମାନଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ। ସେ ପରିବାରବର୍ଗଙ୍କୁ ଆତ୍ମବଳ ଦେଇ ସମସ୍ତ ପ୍ରକାର ସହଯୋଗର ଆଶ୍ଵାସନ ଦେଇ ଥିଲେ । ତିନି ଆହତଙ୍କ ମଧ୍ଯରୁ ଦେଓଦୋଟ ଦାରା ଗ୍ରାମର ବନମାଳୀଙ୍କ ଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ତାଙ୍କୁ କୋରାପୁଟରୁ ବିଶାଖାପାଟଣାକୁ ଉନ୍ନ‌ତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ନାୟକ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା

ଜଣାପଡ଼ିଛି।ସରପଞ୍ଚ ପ୍ରତିନିଧି ମାତ୍ର ନୁହେଁ, ଜନତାଙ୍କର ଆଶା ଓ ଆଧାର । ସ୍ଥାନୀୟ ଅଞ୍ଚଳରେ ଶ୍ରୀ ଦେବରାଜ ନାୟକ କେବଳ ପଦବୀରେ ସୀମିତ ନୁହେଁ। ସେ ନିଜ ପଞ୍ଚାୟତର ଗରିବ, ଦୁଃଖୀ ଓ ଦରିଦ୍ର ଲୋକମାନଙ୍କ ପାଇଁ ଏକ ଭରସାର ନାମ ଭାବେ ପରିଚିତ। ରାତି କିମ୍ବା ଦିନ ନିଜର କାରକୁ ଏକ ଆମ୍ବୁଲାନ୍ସ ଭଳି ବ୍ୟବହାର କରି, ଯେ କୌଣସି ସମୟରେ ଫୋନ୍ ମାଧ୍ଯମରେ ସହାୟତା ପାଇଁ ଆହ୍ବାନ ଆସିଲେ ସେ ତୁରନ୍ତ ପ୍ରତିକ୍ରିୟା କରିଥାନ୍ତି। ରକ୍ତଦାନ ଠାରୁ ଆରମ୍ଭ

କରି ନିଜ ପକେଟରୁ ଅର୍ଥସାହାଯ୍ୟ ପର୍ଯ୍ୟନ୍ତ ଅନେକ ଉଦାହରଣ ସାଧାରଣ ଲୋକମାନେ ଦେଖୁଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ସେ ଜଣେ ହୃଦୟବାନ, ନିଷ୍ଠାବାନ ଓ ସେବାମନୋଭାବୀ ବ୍ୟକ୍ତି ଭାବେ ଚର୍ଚ୍ଚିତ। ଏହି ଦୁର୍ଘଟଣା ସମୟରେ ତାଙ୍କର ତୁରନ୍ତ ସହଯୋଗ ପୁନର୍ବାର ତାଙ୍କ ମାନବିକତାର ପରିଚୟ ଦେଇଛି। ଏହି କ୍ଷେତ୍ରରେ ତାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ସେ ବର୍ତ୍ତମାନ ଜଣେ ସହାୟତା ସମ୍ପର୍ଶ ଓ ଭଗବାନ ବୋଲି ସଦରଣ ଜନତା କହୁଅଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *