ଡିଏଚଏଚ ପ୍ରସୂତି ୱାର୍ଡରେ ଅବ୍ୟବସ୍ଥା
ଲିଫ୍ଟ ଅଚଳ, ପାହାଚରୁ ଖସିଗଲେ ପ୍ରସୂତି ଓ ନବଜାତକ
ନବରଙ୍ଗପୁର, ୩/୩: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ଓ ଭିତ୍ତଭୂମି ଭୁଶୁଡ଼ି ପଡ଼ିଛି। ଜିଲ୍ଲା ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ଲାଗିଥିବା ପଙ୍ଖା ଗୁଡ଼ିକ ବୁଲୁନି କି ଲାଗୁନି ଲାଇଟ୍ ବିଶେଷ କରି ପ୍ରସୂତି ଓ ଶିଶୁ ୱାର୍ଡର ଅବସ୍ଥା ନକହିବା ଭଲ ପ୍ରସୂତି ୱାର୍ଡର ଶୌଚାଳାୟକୁ ମରାମତି ନାଁରେ ବନ୍ଦ କରି ଦିଆଯାଇଛି। ସେହିପରି ପରିମଳ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଯୋଗୁଁ ରୋଗୀ ଓ ସଂପର୍କୀୟମାନେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି। ଶିଶୁ ଓ ମାତୃ ୱାର୍ଡର ଦୁଇଟି ଲିଫ୍ଟ ଦୀର୍ଘ ଦୁଇ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଦୁଇ ମହଲା ଉପରେ ଥିବା ପ୍ରସୂତି ୱାର୍ଡକୁ ପାହଚ ଚଢ଼ି ଯିବାକୁ ପଢୁଛି। ତେବେ ପାହାଚ ଗୁଡ଼ିକରେ ପାଣି ଭାସୁଥିଲା। ଯାହାଫଳରେ ଆଜି ଜଣେ ପ୍ରସୂତି ନିଜ ନବଜାତ ଶିଶୁସହ ପାହାଚରୁ ତଳକୁ ଖସି ଗୁରୁତର ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ୱାର୍ଡର ଉପର ଓ ତଳ ମହଲାରେ ଥିବା ୪ଟି ଯାକ ଶୌଚାଳୟକୁ ମରାମତି ନାଁରେ
ବନ୍ଦ କରାଯାଇଛି। ପ୍ରସୂତିମାନେ ସିଜରନ୍ ଅସ୍ତ୍ରୋପଚାର ହୋଇଥିବାରୁ ପ୍ରାୟ ସପ୍ତାହେ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ ତେବେ ଶୌଚାଳୟ ଗୁଡ଼ିକୁ ଅଚାନକ ବନ୍ଦ କରି ଦେବା
ଫଳରେ ବହୁତ ହଇରାଣ ହେବାକୁ ପଡୁଛି ଏହି ୱାର୍ଡର ୪୦ ଶଯ୍ୟା ରହିଥିବା ବେଳେ ଗୋଟିଏ ଶୌଚାଳୟକୁ ବ୍ୟବହାର କରୁଛନ୍ତି। ସେହିପରି ୱାର୍ଡ ଗୁଡିକରେ ମଇଳା ରଖିବା ପାଇଁ ଡଷ୍ଟବିନ୍ ମଧ୍ୟ ନାହିଁ। ସୁରକ୍ଷା ଦାୟିତ୍ଵରେ
ଥିବା ସୁରକ୍ଷା କର୍ମୀ ଓ ଷ୍ଟାଫନର୍ସମାନେ ମଧ୍ୟ ରୋଗୀଙ୍କୁ ଦୁର୍ବବ୍ୟବହାର କରୁଥିବା ଅଭିଯୋଗ ହେଉଛି। ୪ଟି କ୍ୟାବିନ୍ ଥିବା ବେଳେ ୨ଟି ଭଙ୍ଗା କ୍ୟାବିନକୁ ସବୁବେଳେ ଲୋକଙ୍କୁ ନେବାକୁ କୁହାଯାଉଛି। ଶିଶୁ ଓ ମହିଳା ୱାର୍ଡରେ ଦୁର୍ଗନ୍ଧମୟ ପରିବେଶରେ ଚିକିତ୍ସା ଚାଲିଛି। ଅପରପକ୍ଷରେ ଦୁଇ ପାର୍ଶ୍ଵରେ ବାରଣ୍ଡାରେ ସୁଆଇ ପ୍ରସୂତିଙ୍କୁ ଚିକିତ୍ସା ଚାଲିଛି। ଏନେଇ ଡିଏମଓ ଡ.ସୁକାନ୍ତ ଶତପଥୀଙ୍କୁ ଯୋଗାଯୋଗ କରିବାରୁ ଲିଫ୍ଟ ମରାମତି ପାଇଁ କମ୍ପାନିକୁ କୁହାଯାଇଛି । ପଙ୍ଖା, ଲାଇଟ୍ ପାଇଁ ଜିଇଡି ଓ ଜଳଯୋଗାଣ ବ୍ୟବସ୍ଥା ସଜାଡିବାକୁ ପିଏଚଡି ଏବଂ ଶୌଚାଳାୟ ଗୁଡ଼ିକର ମରାମତି କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି ବୋଲି ସେ କହିଛନ୍ତି। ଏନେଇ ଜିଲ୍ଲାପାଳ ଡ.ମହେଶ୍ଵର ସ୍ଵାଇଁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଯୁଦ୍ଧକାଳୀନ ଭିତ୍ତରେ ଶୌଚାଳୟ ମରାମତି କରିବାକୁ ପୂର୍ତ୍ତି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. କ୍ଷୀରଧର କନ୍ଧପାଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର