ଲିପିଣ୍ଡା ପଂଚାୟତର ଭୋଇପାଲି ସ୍ଥିତ ମୁଣ୍ଡାପଡ଼ାରେ ଭୟଙ୍କର ନିଆଁ ଲାଗିବାରୁ ବହୁ କ୍ଷୟକ୍ଷତି l
ଯୁଯୋମୁରା, ୩/୩/୨୬, ଲିପିଣ୍ଡା ଗ୍ରାମପଞ୍ଚଯାତ ଅନ୍ତର୍ଗତ ଭୋଇପାଳି ଗ୍ରାମର ମୁଣ୍ଡାପଡା ର ଆଖପାଖ ଅଂଚଳରେ ଆଜି ଭୟଙ୍କର ନିଆଁ ଲାଗିଯାଇଥିଲା, ଫଳରେ ବହୁ ଲୋକଙ୍କ କ୍ଷୟକ୍ଷତି ହୋଇଥିବା ସୂତ୍ରରୁ ପ୍ରକାଶ l ସିଲେସ୍ଟିନ ଡୁଙ୍ଗଡୁଙ୍ଗ ନକବଗିଚାର ସୋରିଷ, ପନିପରିବା, ଲେମ୍ବୁ ଗଛ, ଆମ୍ବ ଗଛ, ଡାଳିମ୍ବ ଗଛ, ଶାଗୁଆନ ଗଛ ପୋଡ଼ିଯାଇଥିବା ବେଳେ ସେବତୀ ଲୁଗୁନ ଙ୍କ ପୋଆଲ ଗଦା, ବାଡ଼ିର ବାଡ଼ ସହିତ ପଣସ ଗଛ ଏବଂ ଜନ ଡାଙ୍ଗ ଙ୍କ ବାଡ଼ି ପୋଆଲ ଗଦା ପଣସ ଗଛ ସହିତ ବାଞ୍ଛା ଭୋଇ ଓ ଗୁଡ଼ୁମ ପଧାନ ଙ୍କ ପୋଆଲ ଭାଡ଼ି ପୋଡ଼ିଯାଇଛି l ଗାଁ ର ପ୍ରାୟ ସମସ୍ତ ଲୋକ ମାନେ ନିଆଁ ଲିଭାବାରେ ବ୍ୟସ୍ତ ଥିବା ବେଳେ ଅଞ୍ଜନା ଖଡିଆ ଙ୍କ ଶାଢ଼ୀ ପୋଡି ଯାଇଥିଲା l ଅଗ୍ନିଶମ ବାହିନୀ ଖବର ପାଇ ଆସି ପ୍ରାୟ ୪ଘଣ୍ଟା ପରିଶ୍ରମ କରି ନିଆଁ ଲିଭାଇଥିବା ପ୍ରକାଶ କରିଛନ୍ତି l ଏହି ସମୟରେ ଲିପିଣ୍ଡା ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ କୁମାର ମିର୍ଦ୍ଧା ଉପସ୍ଥିତ ରହି ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ସହାନୁଭୂତି ଦେବା ସହିତ ଅଗ୍ନିଶମ ବାହିନୀର ସ୍କ୍ୱାର୍ଡ ମାନଙ୍କୁ ସହାୟତା କରିଥିଲେ l