ପୁରାତନ ଗୁରୁ ଏବଂ ଶିଷ୍ୟ ବନ୍ଧୁ ମିଳନ
ତିହିଡି ବ୍ଲକ ବାରସର ପଂଚାୟତର ବାସନ୍ତୀ ସରକାରୀ ନୋଡାଲ ଉଚ୍ଚାବିଦ୍ୟାଳୟ ର ପାଠପଡୁଥିବା ପୁରାତନ ଛାତ୍ର ଛାତ୍ରୀ ଆଜି ବନ୍ଧୁ ମିଳନ ଦ୍ୱାରା ଏକତ୍ରିତ ହଇ ଖୁସି ମନେକରିଛନ୍ତି. ଏହି ଉତ୍ସବରେ ଯୋଗଦେଇଥିବା ବାରସର ପଂଚାୟତ ର ସରପଞ୍ଚ ଚକ୍ରଧର ଦାସ, ଜିଲ୍ଲା ପରିଷଦ ଅମୁଲ୍ୟ କୁମାର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ଏବଂ ବହୁ ପୂରାତନ ଛାତ୍ର ଛାତ୍ରୀ.୧୯୯୪ ମସିହାରେ ପାଠପଢ଼ୁଥିବା ଛାତ୍ର ଛାତ୍ରୀ ଏହି ବନ୍ଧୁ ମିଳନ ଦ୍ୱାରା ନିଜର ଶିକ୍ଷକ ଙ୍କୁ ପାଖରେ ପାଇ ଭାବବିହ୍ୱଳ ହଇଛନ୍ତି. ଦିର୍ଘ ୩୨ବର୍ଷ ପରେ ଏକାଠି ହଇ ପରସ୍ପରକୁ ମିଠା ଖୁଆଇ ଅତୀତରେ କାହାଣୀକୁ ମନେପକାଇଛନ୍ତି.କଥାରେ ଅଛି ମିଳିପାରେ ମତେ ରାଜ ସିଂହାସନ ଆଉ ନ ମିଳିବ ଏ ଛାତ୍ର ଜୀବନ. ବ୍ୟସ୍ତ ବହୁଳ ଜୀବନରେ ଏକାଠି ହଇଥିଲେ ୧୯୯୪ ମସିହା ର ସାଙ୍ଗସାଥି. ହଜିଯାଇଥିବା ପୁରୁଣା ଦିନକୁ ଆଜି ବନ୍ଧୁ ମିଳନ ଦ୍ୱାରା ପାଇ ନିଜକୁ ଧନ୍ୟ ମନେକରିଛନ୍ତି ପୁରାତନ ଛାତ୍ର ମାନସରଂଜନ ନାୟକ ଙ୍କ ଦ୍ୱାରା ଆୟୋଜନ ହୋଇଥିବା ଏହି ବନ୍ଧୁ ମିଳନ ଖୁବ ଆନନ୍ଦର ସହିତ ସମାପନ ହଇଛି
ତିହିଡି ରୁ ରତିକାନ୍ତ ଦାସ କଳିଙ୍ଗ ଫୋକସ ପେପର