ପ୍ରଗତି ତରଫରୁ ଆନ୍ତର୍ଜ।ତୀୟ ମହିଳା ଦିବସ ପାଳନ
କୋରାପୁଟ ୦୮/୦୩/୨୦୨୬ (କଲିଙ୍ଗ ଫୋକସ) ବୋରିଗୁମ୍ମା ବ୍ଲକ ପ୍ରଗତି କାର୍ଯ୍ୟଳୟ ତରଫ ରୁ କିଣାଗାଁ ଗ୍ରାମ ପଞ୍ଚାୟତ ର ଜିଲିମିଲିଆଗୁଡା ଗ୍ରାମ ର ମହିଲା ମନଙ୍କ ଉପସ୍ତିତି ରେ ପ୍ରଗତି କାର୍ଯ୍ୟଳୟ ର ସୁଶ୍ରୀ ସୌଧାମିନି ଖରା (ଦୋଳମୁଖ୍ୟ) ଯୋଗଦେଇ ଆନ୍ତରଜାତୀୟ ମହିଳା ଦିବସ ପାଳନ ବିଷୟରେ ଆଲୋଚନା କରିଥିଲେ ଏହି ବୈଠକରେ ଗ୍ରାମର ମହିଳା ମାନଙ୍କ ସହ ଗମତି ହରିଜନ ଓ ହିର।ଦି ଗ।ଦବା (CRP) ମଧ୍ୟ ଯୋଗ ଦେଇଥିଲେ। ।ତତ୍ ସହୋ ବୋରିଗୁମ୍ମା ପ୍ରଗତି କାର୍ଯ୍ୟାଳୟ ଦ୍ୱାରା ଜୟପୁର ବ୍ଲକ କେବିଡି ଗ୍ରାମପଞ୍ଚାୟତର ମାଲିକୋରୋଚି ଗ୍ରାମ ଠାରେ ଗ୍ରାମର ମହିଳା ମାନଙ୍କ ଉପସ୍ଥିତିରେ କେବିଡ଼ି ଗ୍ରା :ପୋ ର ସମିତି ସଭ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓ ଗ୍ରାମର ଦୁଇ ଜଣ ୱାର୍ଡ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ ।ଏହି ବୈଠକ ରେ ବୋରିଗୁମ୍ମା,;ଜୟପୁର;ଓ କୋରାପୁଟ ଦାୟିତ୍ଵ ନିର୍ବାହ କରୁଥିବା ଶ୍ରୀ ପବିତ୍ର କୁମାର ରାଉତ ଉପସ୍ଥିତ ରହି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ବିଷୟ ରେ ଆଲୋଚନା କରିଥିଲେ । ଉକ୍ତ ବୈଠକ ରେ ( CRP) ବୃଷବl ନାଗ ଓ ରାମେଶ୍ବର ନାୟକ ମଧ୍ୟ ଉପସ୍ଥିତ ଥିବା ସହ ( ପ୍ରଗ୍ରାମ ଏକ୍ଜିକ୍ୟୁଟିଭ) ଶ୍ରୀ ଉମେଶ ଗୌଡ଼ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ।(ବୋରିଗୁମ୍ମା ପ୍ରତିନିଧି ବଳରାମ ଗୌଡ଼ ଙ୍କ ରିପୋର୍ଟ କଳିଙ୍ଗ 24 ନ୍ୟୁଜ)