ଦୁଇ ଜିଲ୍ଲା କୁ ସଂଯୋଜନା କରୁଥିବା ରସ୍ତା ସାଜିସି ମରଣଯନ୍ତା
ଝାରବନ୍ଧ -(ବଂଶୀଧର ନାୟକ ) ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ରୁ ବାରକୋଠି (ବେଲଟୁକୁରି ) ରସ୍ତା ଟି ବରଗଡ ଜିଲ୍ଲା ଓ ନୂଆପଡା ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ସାଜିଛି ମରଣ ଯନ୍ତା l ଭାରତ ସ୍ବାଧୀନ ହେବା ବରଠୁ ରାସ୍ତା ଖାଳଖମାରେ ପରିପୂର୍ଣ୍ଣ l ପ୍ରତିଦିନ ସହ ସହ ଲୋକେ ଯାତାୟାତ କରୁଛନ୍ତି l ପିଲାମାନେ ପାଠ ପଢା ରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ବଜାର, ବସ ଯାତ୍ରା, ରେଳଯାତ୍ରା, କୃଷି ସାମଗ୍ରୀ ପାଇଁ ମଧ୍ୟ ନୁଆଁପଡ଼ା ଜିଲ୍ଲା ରେ ନିର୍ଭର କରୁଛନ୍ତି l ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଅନେକ ଗାଁ ଲୋକେ ଏହି ରାସ୍ତାରେ ପ୍ରତିଦିନ ଯାତାୟାତ କରୁଛନ୍ତି, ଯାହାଫଳରେ ରାସ୍ତା ଖାଲ ଖମା ଥିବାରୁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବାର ଦେଖିବାକୁ ମିଳୁଛି l ଏହି ରାସ୍ତାରେ ନୂଆପଡା ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ରୁ ପ୍ରତିଦିନ ନୃସିଂହ ନାଥ ପର୍ଯ୍ୟଟନ ସ୍ଥଳୀକୁ ବହୁ ତୀର୍ଥ ଯାତ୍ରୀ ଯାତାୟତ କରୁଛନ୍ତି l ରାସ୍ତାର ଉନ୍ନତି ପାଇଁ ଆଠ ଲକ୍ଷ ଟଙ୍କା ମେଟାଲ ମୁରୁମ କାମ ପାଇଁ ଖର୍ଚ୍ଚ କରିଛନ୍ତି, କିନ୍ତୁ କାମନ କରି ଟଙ୍କା ଆତ୍ମସାତ କରି ଥିବା ବିଳାସପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି, ତଦନ୍ତ ହୋଉଛି ହେଲେ ଆଜିପଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ପ୍ରଶାସନ, ଘଣ୍ଟ ଘୋଢlଉଛି ପ୍ରଶାସନ,ତେଣୁ ଜନ ଅସନ୍ତୋଷ ଦେଖାଦେଉଛି l ଲୋକ ପ୍ରତିନିଧି ଆସିଲେ ବିଭିନ୍ନ ଲୋଭ ଦେଖେଇ ଭୋଟ ଅକ୍ତିଆର କରନ୍ତି l କିଛି ଦିନକ ପରେ ଭୁଲିଯାନ୍ତି, ଭି ସି.ମିଟିଙ୍ଗ ରୁ ଫୁରସତ ନାହିଁ ଲୋକ ପ୍ରତିନିଧି ମାନଙ୍କ l ସରକାର ବିଭିନ୍ନ କାର୍ଯ୍ୟ କ୍ରମ ମାଧ୍ୟ୍ୟମରେ ସଚେତନ କରୁଥିବା ବେଲେ ଏହିଭଳି ସମସ୍ୟା ଗୁଡିକୁ ନଜର ଆନ୍ଦାଜ କରୁଥିବା ଅଭିଯୋଗ ହୋଉଛି l ବର୍ତ୍ତମାନ ଦେଖିବାକୁ ବାକିରହିଲା ଲୋକଙ୍କୁ ଭୁଆଁ ବୁଲାଉଥିବା ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନଜର ଏହି ମରଣ ଯନ୍ତା ପାଲଟିଥିବା ରସ୍ତା ଉପରେ କେବେ ପଡିବ ଓ ଲୋକଙ୍କ ସମସ୍ୟା କେବେ ଦୂର ହେବ ଦେଖିବାକୁ ବାକିରହିଲା l