Header-News-Banner

ପାନୀୟ ଜଳ ପାଇଁ ଡ଼ହଳ ବିକଳ ବିଲସପୁର ଗ୍ରାମବାସୀ

0
IMG-20260310-WA0048

ଝାରବନ୍ଧ -(ବଂଶୀଧର ନାୟକ )ଗ୍ରୀଷ୍ମଋତୁ ଆରମ୍ଭରୁ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ ଅବହେଳା ଓ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାରେ ବିଫଳତା ଯୋଗୁ ବିଗତ ୭ ଦିନ ହେଲା ସମ୍ପୂର୍ଣ୍ଣ ଜଳଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ବିଳାସପୁର ବସ୍ତିବାସିନ୍ଦା ଓ ବିଭିନ୍ନ ପଡ଼ାରେ ରହୁଥିବା ଜନସାଧାରଣ ପାଣି ମୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ପ୍ରତିନିଧି ବଂଶୀଧର ନାୟକ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ l
ମିଳିଥିବା ସୂଚନା ମୁତାବକ ବିଦ୍ୟୁତ୍‌ ବିଲ୍‌ ବାକି ରହିଛି, ତେଣୁ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିକିୟା ରଖିଥିଲେ lବ୍ଲକର ଅନ୍ୟ ଗ୍ରାମପଞ୍ଚାୟତ ବସୁଧା ଯୋଜନାର ବିଦ୍ୟୁତ୍‌ ବିଲ ପୈଠ କରିଥିବା ବେଳେ ବିଳାସପୁର ପଞ୍ଚାୟତର ଏହି ବିଫଳତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ କହିଛନ୍ତି ଯେ, ବକେୟା ବିଲ୍‌ ସମ୍ପର୍କରେ ସରପଞ୍ଚ ଓ ପିଇଓଙ୍କୁ ବାରମ୍ବାର ସୂଚନା ଦିଆଯାଇଥିଲା। ଏପରିକି ବିଡିଓଙ୍କୁ ଆମ ପ୍ରତିନିଧି ଫୋନ୍ କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ l ପଞ୍ଚାୟତ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବିଲ ପୈଠ କରାଯାଇ ନଥିଲା। ଶେଷରେ ବାଧ୍ୟ ହୋଇ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପାଣି ସଂଯୋଗ ବିଚ୍ଛିନ୍ନ ହେବା ପରେ ଗ୍ରାମବାସୀ ଡହଳବିକଳ ହେଉଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ନିରୁଦ୍ଦିଷ୍ଟ ରହିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ସରପଞ୍ଚ ଓ ପିଇଓଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲେ ହେଁ ସେମାନେ ଫୋନ୍‌ ଉଠାଇ ନ ଥିଲେ। ଜନସାଧାରଣଙ୍କ ସେବା ପାଇଁ ନିଯୁକ୍ତ ପ୍ରତିନିଧି ଓ ଅଧିକାରୀଙ୍କ ଏଭଳି ଉଦାସୀନ ମନୋଭାବ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ପାଣି ଟ୍ୟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ସାମାନ୍ୟ ବିଲ୍‌ ପାଇଁ ଲୋକଙ୍କୁ ଶୋଷରେ ରହିବାକୁ ପଡ଼ୁଛି। ତୁରନ୍ତ ବକେୟା ବିଲ ପୈଠ କରି ଜଳଯୋଗାଣ ସ୍ବାଭାବିକ ନ କଲେ ଆଗାମୀ ଦିନରେ ଅଞ୍ଚଳବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *