Header-News-Banner

ନିତାୟଗୈାର ସାଧନ ସେବାୟତନର ବାର୍ଷିକ ଉତ୍ସବ:୬୦ ଜଣଙ୍କୁ ବସ୍ତ୍ର ଦାନ।

0
IMG-20260310-WA0050

ନିତାୟଗୈାର ସାଧନ ସେବାୟତନର ବାର୍ଷିକ ଉତ୍ସବ:୬୦ ଜଣଙ୍କୁ ବସ୍ତ୍ର ଦାନ। ଜଳେଶ୍ବର,୧୦/୩(ବରୁଣ ହୁଇ )ନଛିମପୁର ପଞ୍ଚାୟତ ସାହାଡାପଡା ଗାଁ ସ୍ଥିତ ଶ୍ରୀ ଶ୍ରୀ ରାଧା ବଲ୍ଲଭ,ଜଗନ୍ନାଥ ଜୀଉ ନିତାୟ ଗୈାର ସେବାୟତନର ୧୧ତମ ବାର୍ଷିକ ଉତ୍ସବ ମହା ସୋମରୋହ ଗୁରୁବାର ଉଦଯାପିତ ହୋଇଯାଇଛି।ଦୁଇ ଦିିନିଆ ଉତ୍ସବ ରେ ବୁଧବାର ସନ୍ଧ୍ୟାରେ ବୈଷ୍ଣବ ଶ୍ରଦ୍ଧାଳୁ ଙ୍କ ମେଳରେ ଉଦବୋଧନୀ,ଆରତୀ, ଧର୍ମ ସଭା ଓ ଗୁରୁବାର ସକାଳେ ମଙ୍ଗଳ ଆଳତୀ,ଗୀତା,ଭାଗବତ ପାଠ,ଭଜନ କିର୍ତ୍ତନ,ଧର୍ମ ସଭା ଅନୁଷ୍ଠିତ ହୋଇଥିଲା।ସେବାୟତନର ସଭାପତି ନିତ୍ୟାନନ୍ଦ ପ୍ରଭୁବଂଶ୍ୟ ପ୍ରଭୁପାଦ ନନ୍ଦ ରାଜ କିଶୋର ଗୋସ୍ୱାମୀ ଙ୍କ କର କମଳ ରେ ୬୦ ଜଣଙ୍କୁ ବସ୍ତ୍ର ଦାନ କରାଯାଇଥିଲା।ମଠ ପରିଚାଳକ ବିଜୟ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ଦାତା ଉପସ୍ଥିତ ଥିଲେ।ସମାରୋହରେ ପଶ୍ଚିମବଂଗ ର ବହୁ ବୈଷ୍ଣବ ଧର୍ମାବଲମ୍ବୀ ଯୋଗଦେଇ ଅଭିଭାଷଣ ରଖିଥିବା ବେଳେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *