ଆମ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉପରେ ପୁଣି ଏକ ପ୍ରଶ୍ନବାଚୀ ? ?
ଆନ୍ଧ୍ରପ୍ରଦେଶ କୁ ଓଡିଶା ରୋଗୀ ଚାଲାଣ ହେବା ଭଳି ଏକ ରୋଚକ ଦୃଶ୍ୟ ନଜର କୁ ଆସିଛି |
ସିଧା ସଳଖ ଗାଁ ଗାଁ କୁ ଗାଡି ଲଗେଇ କୋରାପୁଟ ଜିଲ୍ଲା ଳମତାପୁଟ ଏବଂ ନନ୍ଦପୁର ଦୁର୍ଗମ ଗ୍ରାମ ଗୁଡ଼ିକରୁ ଛୋଟ ବଡ ରୋଗ ର କାରଣ ଦର୍ଶାଇ ଲୋକଙ୍କୁ ବିଶାଖାପାଟଣା ବିଭିନ୍ନ ମେଡିକାଲ ମାନଙ୍କରେ ଚିକିତ୍ସା ବାହାନାରେ ନେବାର ଏକ ରୋଚକ ଦୃଶ୍ୟ ନଜର କୁ ଆସିଛି |
ଆନ୍ଧ୍ରପ୍ରଦେଶ ରୁ ଏକ ଘରେଇ ବସ ( AP39WC-8411) ଲମତାପୁଟ ବ୍ଲକ ବନମାଲୀପୁଟ ଗ୍ରାମ ପଞ୍ଚାୟତ ଗାଡିଆଝୋଲା ଗ୍ରାମ ଓ ଅନ୍ୟ ତିନି ଗ୍ରାମୋ କୁ ଯାଇ ପ୍ରାୟ 30 ରୁ ଉର୍ଦ୍ଧ ଲୋକ ମାନଙ୍କୁ ବସ ମାଧ୍ୟମରେ ବିଶାଖାପାଟଣା ନେବା ସମୟରେ ସ୍ଥାନୀୟ ସମିତିସଭ୍ୟ ଶ୍ରୀ ଜଗନ୍ନାଥ ହନ୍ତାଳ ପଚରା ଉଚରା କରିଥିଲେ | ସେହି ସମୟରେ ଯେଉଁ ମାନେ ଲୋକଙ୍କୁ ନେଇ ଯାଉଥିଲେ ସେମାନେ ମୁକ୍ତ ଚିକିତ୍ସା ନିମନ୍ତେ ନେଉଛନ୍ତି ବୋଲି କହିଥିଲେ |
ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଯେଉଁ ମାନଙ୍କୁ ଚିକିତ୍ସା ନିମନ୍ତେ ନିଆଯାଉଛି ତାଙ୍କ ଚିକିତ୍ସା କିଏ ଏବଂ କିଭଳି ଭାବେ ମୁକ୍ତ ଚିକିତ୍ସା କରୁଛନ୍ତି ?
ସରକାରଙ୍କୁ ଏହି ବିଷୟରେ ଜଣା ଅଛି କି ନାହିଁ ?
ଯେଉଁ ମାନେ ନେଇକି ଯାଉଛନ୍ତି ସେମାନଙ୍କୁ କିଏ ଅନୁମତି ଦେଲେ ?
ସ୍ଥାନୀୟ ପ୍ରଶାସନ ଏହା ଉପରେ କେତେ ସଚେତନ ଅଛନ୍ତି ?
ଦେଖାଯାଉ ଆଗକୁ ଏହି ବିଷୟରେ ଆମ ଓଡିଶା ସରକାରଙ୍କ କଣ ପଦକ୍ଷେପ ରହିବ |