Header-News-Banner

ହେଲମେଟ ବ୍ୟବହାର କାରୀଙ୍କୁ ଗୋଲାପ ଫୁଲ ଦେଇ ସଡ଼କ ସୁରକ୍ଷା ସଚେତନତା

0
WhatsApp Image 2026-03-11 at 7.26.08 PM

କୁନ୍ଦୁରା ୧୧.୦୩.୨୬(kalinga 24News)ସ୍ଥାନୀୟ ମୁଣ୍ଡିଗୁଡ଼ା ଛକ ଓ କୁନ୍ଦୁରା ଜୟପୁର ମୁଖ୍ୟ ରାସ୍ତା ପେଟ୍ରୋଲ୍ ପମ୍ପ ନିକଟରେ ସମସ୍ତ ପ୍ରକାର ଗାଡ଼ି ଆରୋହୀଙ୍କୁ ସଡ଼କ ସୁରକ୍ଷା ସଚେତନତା କରାଯାଇଛି l ହେଲମେଟ ବ୍ୟବହାର କରିଥିବା ଓ ବ୍ୟବହାର କରି ନଥିବା ଗାଡ଼ି ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ପ୍ରଚାର ପତ୍ର ଦେଇ ସଚେତନତା କରଯାଇଥିଲା l ଇଆଇସି (ପୂର୍ବ ଭାରତୀୟ ସଂଯୋଗ) ଓ କୁନ୍ଦୁରା ପୁଲିସର ମିଳିତ ଭାବେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇଆଇସି ଟିମ ଲିଡର ଚକ୍ରଧର ମହାରଣା,ରାଜେଶ ସାହୁ,ଏକାଦଶୀ ପରିଡ଼ା,ଗଦାଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି,ଶଙ୍କର ମହାପାତ୍ର ଏବଂ ଥାନା କନେଷ୍ଟବଲ ରାଜେନ୍ଦ୍ର ହରିଜନ ପ୍ରମୁଖ ସାମିଲ ହୋଇଥିଲେ l ଆଜି ଥିଲା କୁନ୍ଦୁରା ସାପ୍ତାହିକ ହାଟ ରାସ୍ତାରେ ଅନ୍ୟ ଦିନ ଅପେକ୍ଷା ଅଧିକ ଯାନବାହାନ ଚାଲୁଥିଲା l ସକାଳ ୯ ରୁ ୧୧ ଟା ପର୍ଯ୍ୟନ୍ତ ଏହି ଦୁଇଟି ରାସ୍ତାରେ ଯାତାୟାତ କରୁଥିବା ପ୍ରାୟ ତିନି ଶହ ଲୋକଙ୍କୁ ହେଲମେଟ ବ୍ୟବହାର କରିବା,ଦୁଇ ଚକିଆ ଗାଡ଼ିରେ ଦୁଇ ଜଣରୁ ଅଧିକ ନ ବସିବା,ଚାରି ଚକିଆ ଗାଡ଼ି ଚଳାଇଲା ବେଳେ ସିଟ୍ ବେଲ୍ଟ ବାନ୍ଧିବା,ଗାଡ଼ିର ଗତି ୪୦ ରୁ ଅଧିକ ନ ରଖିବା, ଆଗ ଗାଡ଼ି ଠାରୁ ୨୫ ଫୁଟ ଦୂରରେ ରହିବା ଆଦି ବିଷୟରେ ସଚେତନତା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *