ବିଜେପିର ବିଧାନସଭା ସ୍ତରୀୟ ପ୍ରଶିକ୍ଷଣ ପ୍ରସ୍ତୁତି ବୈଠକ
କୁନ୍ଦୁରା (kalinga 24News) 11/03/26:- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଶିକ୍ଷକ ଭବନ ଠାରେ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସ୍ତରୀୟ ଯୋଜନା ପ୍ରଶିକ୍ଷଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ ଯୋଗ ଦେଇ ପ୍ରଶିକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 8 ଟି ମଣ୍ଡଳ କୁନ୍ଦୁରା, ଦିଗାପୁର, ଶଶାହଣ୍ଡି, ଏସ ବି ନୂଆଗାଁ, ରାମଗିରି, ଦଣ୍ଡାବାଡି, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗୀର୍ଲ୍ଲା ର କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକ୍ରମ ପ୍ରତି ମଣ୍ଡଳ ସ୍ତରରେ ଆସନ୍ତା ମାର୍ଚ୍ଚ 20 ରୁ ଆରମ୍ଭ ହୋଇ ଏପ୍ରିଲ 11ଯାଏଁ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଦିନ ଲେଖାଏଁ ହେବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ସମୟରେ ମଣ୍ଡଳ ସଭାପତି ସମ୍ପାଦକ ଙ୍କ ସମେତ ମୋର୍ଚ୍ଚା, ଟୋଲୀ,ପ୍ରଭାରୀ ଭଳି ଦାୟିତ୍ୱରେ ରହିଥିବା କାର୍ଯ୍ୟ କର୍ତ୍ତା ମାନଙ୍କର ଭୂମିକା ଏଠାରେ ଗୁରୁତ୍ୱପୂର୍ଣ ରହିବ ବୋଲି ବିଜେପି ସୂଚନା ଦେଇଛି।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଙ୍ଘ ଆଧାରିତ ରହିଥିବା ବେଳେ ଏଠାରେ ବେଳେ ଏଠାରେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯିବ। ସରକାର ଙ୍କ ପକ୍ଷରୁ ରହିଥିବା ଯୋଜନା ଗୁଡିକ ବିଷୟରେ ଆଲୋଚନା କରିବା ସହ ଲୋକଙ୍କ ନିକଟରେ କିଭଳି ଯୋଜନା ଗୁଡ଼ିକ ପହଞ୍ଚି ପାରିବ ସେ ସମସ୍ତ ତଥ୍ୟ ପ୍ରଶିକ୍ଷଣ କାରୀ ମାନେ ସୂଚନା ପ୍ରଦାନ କରିବେ ବୋଲି ଜଣାପଡିଛି।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ଏମପି ପ୍ରତନିଧି ଅମ୍ବୁ ପାତ୍ର,ତ୍ରିନାଥ ନାୟକ,ପୂର୍ବତନ କୁନ୍ଦୁରା ମଣ୍ଡଳ ସଭାପତି ସୁନ୍ଦର ମାଳି, କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀ,ଧନପତି ପରଜା,ଭଗବାନ ପଣ୍ଡା,ଦୈତାରୀ ବାରିକ, ରାମଚନ୍ଦ୍ର ଚେରକିଆ, ଗୌରାଙ୍ଗ ଚରଣ ନାୟକ, ଚକ୍ର ଗାଦବା, ତୁଷାର ଭଟ୍ଟ, ପ୍ରମୁଖ ଉପସ୍ଥିତ ଥିଲେ।