Header-News-Banner

ନିଃଶୁଳ୍କ ସାମୂହିକ ବ୍ରତୋପନୟନ ସମାରୋହଏକାସାଙ୍ଗରେ ବ୍ରତ ହେବେ ଦୁଇ ଶହ ବ୍ରାହ୍ମଣ ପୁଅ

0
WhatsApp Image 2026-03-12 at 1.37.06 PM (2)


ଗଣିଆ,(ସରୋଜ କୁମାର ଦାଶ): ଏକାସାଙ୍ଗରେ ଦୁଇ ଶହ ବ୍ରାହ୍ମଣ ପୁଅଙ୍କର ହେବ ବ୍ରତଘର। ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଅର୍ଥାତ୍ ଆସନ୍ତା ୨୫ ତାରିଖ ବୁଧବାର ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀମୋହିନୀ ଏଣ୍ଟରପ୍ରାଇଜେସ୍ ଆନୁକୂଲ୍ୟରେ ଓ ବ୍ରାହ୍ମଣ ମହାସଂଘ ଓଡ଼ିଶା, ଆଡକଟା ଗଣିଆ, ନୟାଗଡ଼ ସହଯୋଗ ରେ ଆର୍ଥିକ ଅନଗ୍ରସର କିମ୍ବା ଅସହାୟ ତଥା ଇଚ୍ଛୁକ ବ୍ରାହ୍ମଣ ପୁଅଙ୍କ ପାଇଁ ଏହି ନିଶୁଳ୍କ ତଥା ସାମୂହିକ ବ୍ରତୋପନୟନ ସମାରୋହ ଆୟୋଜନ କରାଯାଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭୋର ୪ଟାରୁ ବ୍ରତୋପନୟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତ୍ୟେକ ବ୍ରହ୍ମଚାରୀଙ୍କ ଉପନୟନ ସଂସ୍କାରଗୁଡ଼ିକ ସମ୍ପୂର୍ଣ୍ଣ ରୀତିନୀତିରେ ପାଳନ କରାଯିବ। ପୂଜା ସାମଗ୍ରୀଠାରୁ ଆରମ୍ଭ କରି ଆବଶ୍ୟକ ବସ୍ତ୍ରାଦି ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆୟୋଜକ ବହନ କରିବ। ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏହି ସମାରୋହରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଯେଉଁମାନେ ନିଜ ପୁଅକୁ ବ୍ରତ କରାଇବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ୧୮ ତାରିଖ ସୁଦ୍ଧା ୭୯୭୮୯୧୫୯୨୨, 9437302737 କିମ୍ବା ୭୬୮୯୯୯୭୩୯୯ ମୋବାଇଲ ନମ୍ବରରେ ଯୋଗାଯୋଗ କରି ନିଜ ପୁଅଙ୍କ ନାମ ପଞ୍ଜିକୃତ କରାଇପାରିବେ। ଏଥିପାଇଁ ଅଭିଭାବକମାନଙ୍କୁ ବ୍ରହ୍ମଚାରୀଙ୍କ ନାମ, ସମ୍ପୂର୍ଣ୍ଣ ଠିକଣା, ଗୋତ୍ର ବିବରଣୀ, ଜନ୍ମ ତାରିଖ ସହ ନିଜର ଯୋଗାଯୋଗ ନମ୍ବର ଦେବାକୁ ହେବ। ପଞ୍ଜିକୃତ ଅଭିଭାବକମାନେ ବ୍ରହ୍ମଚାରୀ ପୁତ୍ରଙ୍କୁ ଧରି ୨୪ ତାରିଖରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ। ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଯୁବ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଏହି ଅବସରରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ବ୍ରାହ୍ମଣ ମହାସଂଘ ଓଡିଶା ତରଫରୁ ଏକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଆଗ୍ରହୀ ବ୍ରାହ୍ମଣ ପରିବାର ଏହାର ସୁଯୋଗ ନେବା ପାଇଁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *