ବୌଦ୍ଧ ରେ ଅନ୍ତରାଷ୍ଟ୍ରୀୟ ମହିଳା କୃଷି ଦିବସ ପାଳନ।
ବୌଦ୍ଧ ୧୨/୩/( କୁନା ବେହେରା) ବୌଦ୍ଧ ରେ ଅନ୍ତ ରାଷ୍ଟ୍ରୀୟ ମହିଳା କୃଷି ଦିବସ ଦୃଷ୍ଟିରୁ ବାଉଁଶୁଣି ସ୍ଥିତ ସୁରଭି ଅନୁଷ୍ଠାନ ଓ ନାବାର୍ଡ , ବୌଦ୍ଧ ଙ୍କ ମିଳିତ ସହଯୋଗ ରେ ଜିଲ୍ଲା ର ଅଗ୍ରଣି ମହିଳା ଙ୍କୁ ନେଇ ପାଳନ ହେଲା l
ଏଥିରେ ନାବାର୍ଡ ର ଡି ଡି ଏମ , ବୌଦ୍ଧ, ଶକ୍ତି ସ୍ୱରୂପ ବିଦାନ୍ତ , ଜିଲ୍ଲା ର ଗମନା ଗମନ ବିକାଶ ଦୃଷ୍ଟିରୁ ଧୋଲପୂର୍ ଓ ବାଉଁଶୁଣୀ ଠାରେ ମହାନଦୀ ଉପରେ ନିର୍ମାଣ ସେତୁ କୁ ନାବାର୍ଡ ର ସହଯୋଗ କରିବା କଥା, ସ୍ଵୟଂ ସହାୟକ ଦଳ ( SHG ) କୁ ସ୍ଵୟଂ ସମ୍ପୂର୍ଣ୍ଣ କରିବା ଦିଗରେ ବିଭିନ୍ନ ଆୟ ବୃଦ୍ଧି ଯୋଜନା ର ତାଲିମ ଓ ମିଟିଂ ତଥା ମହୋତ୍ସବ , ପଲ୍ଲୀଶ୍ରୀ ମେଳା ରେ , ମହିଳା SHG ଙ୍କ ଦ୍ଵାରା ପ୍ରସ୍ତୁତ ସମସ୍ତ ଉତ୍ପାଦନ କୁ କିପରି ବଜlରିକରଣ ତଥା ପ୍ରଚାର ପ୍ରସାର ହୋଇ ପାରିବ, ସେ ଦିଗରେ ମହିଳା ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ l ଚାଷୀ ର ଆୟ କୁ ବହୁ ଗୁଣିତ କରିବା ପାଇଁ, ଜଳ ସେଚନ ର ସୁବିଧା ଦୃଷ୍ଟିର, କଣ୍ଟାମାଳ ବ୍ଲକ ର ସାଡେଙ୍ଗେ ନଦୀ ର ଖlଡେଙ୍ଗେ ଠାରେ, ବୌଦ୍ଧ ବ୍ଲକ ର ସାଲୁଙ୍କି ନଦୀ ର , ଟିକର୍ପଡ଼ା ପଞ୍ଚାୟତ ର ଗୁରୁଜୀ ମୁଣ୍ଡା ଠାରେ, ହରଭଙ୍ଗl ବ୍ଲକ ର ଶଗଡ଼ିଆ ନାଳ ର କିଟlଙ୍ଗପଡ଼l ଠାରେ ବାରେଜେ ନିର୍ମାଣ କରାଇଲେ, ସମଗ୍ର ବୌଦ୍ଧ ଜିଲ୍ଲା ର ୯୦ ପ୍ରତିଶତ ଜମି ଜଳ ସେଚିତ ହୋଇ ପାରିବ ବୋଲି , ପ୍ରୋଜେକ୍ଟ କରି ସରକାର ଙ୍କୁ ପ୍ରସ୍ତାବ ଦେଇଛନ୍ତି l
ବିକଶିତ ଓଡ଼ିଶା ୨୦୩୬, ଓ ବିକଶିତ ଭାରତ ୨୦୪୭ ପାଇଁ ନାବାର୍ଡ ର ବିଭିନ୍ନ ଯୋଜନା କୁ ଆଲୋକ ପାତ୍ କରି ଥିଲେ l
ଏହା ସହିତ ଏ ବର୍ଷ ର ମହିଳା ଦିବସ ର ଅନୁଚିନ୍ତା ଗିଭ ଟୁ ଗେନ୍ ବିଷୟରେ ଆଲୋଚନା କରିଥିଲେ l
ଶିଶୁ ବିକାଶ କମିଟି ର ସଭ୍ୟା ଶ୍ରୀମତୀ ପ୍ରିୟ ଦର୍ଶିନି ପୁରୋହିତ , ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହିଳା ମାନେ ଗୃହ ତଥା ଦେଶର ମେରୁଦଣ୍ଡ ସଦୃଶ l ତାଙ୍କର ସହଯୋଗ ରେ ତଥା ସକ୍ରିୟ ଭୂମିକା ରେ ପରିବାର ଠାରୁ ଆରମ୍ଭ କରି ସମାଜ ଓ ଦେଶ ର ଆର୍ଥିକ , ସାମାଜିକ, ମାନଦଣ୍ଡ ଠିକ୍ ରହି ଥାଏ ବୋଲି ମତ ରଖି ଥିଲେ l
ସୁରଭି ଅନୁଷ୍ଠାନ ର ସଭାପତି ରାଜୁ ଭାଇ, ଚାଷ ଜମି କୁ ଜଳ ସେଚନ ର ସୁବିଧା , ଚାଷୀ ର ଉତ୍ପାଦନ କୁ ବଜlରିକରଣ ର ବ୍ୟବସ୍ଥା , ଧାନ ଚାଷ ସହ ପନିପରିବା ଓ ତୈଳ ବୀଜ ଫସଲ କୁ ପ୍ରାଧାନ୍ୟ ଦେଲେ , ଚାଷୀ ର ଆୟ କୁ ବୃଦ୍ଧି ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ l
ସମ୍ମାନିତ ଅତିଥି ରୂପେ, ସମ୍ମନୀତ ଶିଶୁ ବିକାଶ ପ୍ରକଳ୍ପ ର ଶ୍ରୀମତୀ ୱାହିଦା ବେଗମ୍ , ଶ୍ରୀମତୀ ଜାନକୀ ଭୋଇ, ଯୋଗ ଦାନ କରି ମହିଳା ମାନଙ୍କୁ ଉତ୍ସାହିତ କରି ଥିଲେ l ଶେଷ ରେ ମହିଳା କୃଷକ ତଥା ସେବା ମନୋଭାବ ପାଇଁ, ଶାନ୍ତିଲତା ମହାକୁଡ
, ପାଙ୍କଜିନୀ ସେଠୀ
, କମଳିନୀ ସାହୁ
, ଝରଣା ପ୍ରଧାନ
, ରଞ୍ଜିତା ବେହେରା ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା l
ସୁରଭି କାର୍ଯକ୍ରମ ର ଅଧିକାରିଣୀ ସ୍ମରଣିକା ସିଂହ କାର୍ଯକ୍ରମ ପରିଚାଳନା କରିଥିଲେ l(ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ)