ଆରୋଗ୍ୟ ମନ୍ଦିର ସିଏଚଓଙ୍କ ବିରୋଧରେ ଖବର ପ୍ରକାଶକୁ ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ….
ବୌଦ୍ଧ :୧୨/୩/( କୁନା ବେହେରା)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛାତରଙ୍ଗ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିଏଚଓଙ୍କ ବିରୋଧରେ ଆରୋଗ୍ୟ ମନ୍ଦିରରେ ଉପସ୍ଥିତ ନ ରହିବା ନେଇ ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ଛତରଙ୍ଗ ଓ ସଂକୁଲେଇ ପଞ୍ଚାୟତର ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସଂପୃକ୍ତ ସିଏଚଓ କେବେ ମଧ୍ୟ ଉପସ୍ୱାସ୍ଥ୍ୟ କେନ୍ଦ୍ର ଛାଡ଼ି କେଉଁଠି ଯାଇନାହାନ୍ତି ଏବଂ ସେ ନିରନ୍ତର ଭାବରେ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଦିନ ହେଉ କି ରାତି—କେହି ରୋଗୀ ଆସିଲେ ସେ ନିଦରୁ ଉଠି ସେବା ଯୋଗାଇଥାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।
ଏପରି ସ୍ଥିତିରେ ଲୋକସେବାରେ ନିୟୋଜିତ ଥିବା ଏକ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଭିତ୍ତିହୀନ ଓ ଭୁଲ ଖବର ପ୍ରକାଶ କରାଯାଇଥିବାରୁ ଏହାକୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ସହିତ ଦୃଢ଼ ଭାବରେ ନିନ୍ଦା କରିଛନ୍ତି।
ଛାତରଙ୍ଗ ଗ୍ରାମର ଭରତ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶୀଳ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ରାଜକିଶୋର ପ୍ରଧାନ ଓ ଉପେନ୍ଦ୍ର ମୁଖି ପ୍ରମୁଖ ଏହି ଘଟଣାକୁ ତୀବ୍ର ନିନ୍ଦା କରି ସଠିକ୍ ତଥ୍ୟ ପ୍ରକାଶ କରିବାକୁ ଦାବି କରିଛନ୍ତି l( ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ)