Header-News-Banner

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ

0
WhatsApp Image 2026-03-12 at 7.59.48 PM


ଜଳେଶ୍ଵର,୧୨/୩(ବରୁଣ ହୁଇ )ବହୁ ଦିନର ସଂଘର୍ଷ ପରେ ୨୦୧୪ ମସିହା ଆଜିର ଦିନରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହୋଇଥିଲା।ବହୁ ସାରସ୍ବତ ସାଧକ,ଲେଖକ, ଗାଳ୍ପୀକ,କବି ମାନଙ୍କ କାଳ ଜୟୀ ସାହିତ୍ୟ ସର୍ଜନା ଓ ସାହିତ୍ୟାନୁରାଗୀ ଙ୍କ ଆନ୍ତରିକ ପ୍ରଚେଷ୍ଟା ରେ ଉପେକ୍ଷିତ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ହାସଲ କରିଛି।ଏହି ସ୍ମରଣୀୟ ଦିବସ ଉପଲକ୍ଷ ଉତ୍କଳ ସମ୍ମିଳନୀ ଜଳେଶ୍ବର ଶାଖା ପକ୍ଷରୁ ନୂଆ ବଜାର ସ୍ଥିତ ସୁନୀଲ କୁମାର ନାୟକ ବାସଭବନ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଶାଖାର ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ବ କରି ପ୍ରାଚୀନ ଓଡ଼ିଆ ଭାଷାର ସୃଷ୍ଟି ,ଉତ୍ଥାନ, ଅବହେଳା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ସମ୍ପର୍କରେ ଆଲୋକପାତ କରିଥିଲେ।୨୦୧୪ ମସିହା ଫେବୃଆରୀ ୨୬ରେ ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଘୋଷଣା ହେଲା ପରେ ମାର୍ଚ୍ଚ ୧୧ ତାରିଖକୁ ସରକାର ବିଧିବଦ୍ଧ ଭାବେ ପାଳିନ କରି ଆସୁଛନ୍ତି। ପୂର୍ବରୁ ୬ ଟି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା ବେଳେ ଓଡ଼ିଆ ଭାଷାକୁ ଅବହେଳା କରୁଥିବା ରୁ ବ୍ୟାସକବି ଫକୀର ମୋହନ ସେନାପତି ଦୃଢ଼ ବିରୋଧ କରିଥିଲେ। କିନ୍ତୁ ମନୀଷୀ ମାନଙ୍କ ତ୍ୟାଗ ବଳୀଦାନ କୁ ହେୟ କରି ଆଜି ଓଡଆ ଭାଷାକୁ ବୋଲିବାକୁ କେତେକ ଲଜ୍ଜା ଅନୁଭଵ କରୁଛନ୍ତି। ସରକାରୀ ସ୍ତରରେ ଏହାର ପରିପାଳନରେ ମଧ୍ୟ ଘୋର ବ୍ୟତିକ୍ରମ ଦେଖା ଦେଇଛି। ତେଣୁ ନିଜ ନିଜ ପରିବାରରୁ ପ୍ରଥମେ ଓଡ଼ିଆ ଭାଷାକୁ ବହୁଳ ବ୍ୟବହାର କରିବାକୁ ସମ୍ପାଦକ ସୁନୀଲ କୁମାର ନାୟକ, ପ୍ରାକ୍ତନ ଅଧ୍ୟାପିକା ସୁଷମା ରାଣୀ ଭୂୟାଁ, ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି,ଉପସଭାପତି ଅଶୋକ କୁମାର ଦାସ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି,ସଦସ୍ୟ ସମରେଶ ଦିନ୍ଦା, ସହସମ୍ପାଦକ ହେମନ୍ତ କୁମାର ଗିରି, ଜ୍ଞାନେନ୍ଦ୍ର ନାଥ ଜେନା ପ୍ରମୁଖ ଆହ୍ୱାନ ଦେଇଛନ୍ତି। ଶେଷରେ କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *