Header-News-Banner

ଅସୁରକ୍ଷିତ ବିପଦ ସଙ୍କୁଳ ଘୋଷିତ ଅଙ୍ଗନବାଡ଼ି କେନ୍ଦ୍ରରେ ରଙ୍ଗବୋଳା କାହା ସ୍ୱାର୍ଥରେ ? ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ଦାବି,

0
WhatsApp Image 2026-03-12 at 7.59.25 PM

ନାଉଗାଁ, ୧୨/୩ (ବୈଷ୍ଣବ ରାଉଳ), ଜଗତସିଂହପୁର ଜିଲ୍ଲା,ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତର ତେଣ୍ଟୋଇ -୧ ଅଙ୍ଗନବାଡ଼ି କେନ୍ଦ୍ରଟି ବିଗତ ଏକବର୍ଷ ହେଲା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଉକ୍ତ ଗୃହଟି ୨୦୧୪ ମସିହାରେ ନିର୍ମାଣ ହୋଇଥିବା ବେଳେ ବିଭାଗ ପକ୍ଷରୁ ଏକ ପରିତ୍ୟକ୍ତ ପୋଖରୀ କଡ଼ରେ ନିର୍ମାଣ କରାଯାଇଥିଲା। ଗୃହ ପଛପଟେ ରହିଥିବା ଉକ୍ତ ଖାଲକୁ ପୋତାନଯିବା କାରଣରୁ ନିର୍ମାଣ ହେବାର ମାତ୍ର କିଛି ବର୍ଷ ମଧ୍ୟରେ ଘରର ମୂଳଦୁଆ ଫାଟିବା ସହିତ କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଖାଲି ସେତିକିନୁହେଁ ଏଠାରେ ପିଲାମାନଙ୍କ ପାଇଁ ରହିଥିବା ଶୌଚାଳୟଟି ମଧ୍ୟ ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ସରକାର ଶିଶୁ ମାନଙ୍କ ପାଇଁ ଯୋଗାଇ ଦେଉଥିବା ଖେଳଣାଠୁ ଆରମ୍ଭ କରି ଅନ୍ୟ ଉପକରଣ ଗୁଡିକୁ ଏହି ଅସୁରକ୍ଷିତ ଗୃହରେ ବସ୍ତାରେ ବାନ୍ଧି ରଖାଯାଉଥିବା ବେଳେ ଗୃହର ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ବ୍ଲକ ସମନ୍ଵିତ ଶିଶୁ ବିଭାଗ ପକ୍ଷରୁ ଉକ୍ତ କେନ୍ଦ୍ରକୁ ଅସୁରକ୍ଷିତ ବୋଲି ବିଗତ ଦିନରେ ଘୋଷଣା ମଧ୍ୟ କରାଯାଇ ଥିଲା। ଏବଂ ଉକ୍ତ କେନ୍ଦ୍ର ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ତେଣ୍ଟୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏହି ଅଙ୍ଗନୱାଡି କେନ୍ଦ୍ରକୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା। କିନ୍ତୁ ସେବେଠୁ କୁନିକୁନି ପିଲାମାନେ ଏତେବାଟ ଚାଲିକି ଯିବା ସମ୍ଭବପର ହେଉନଥିବାରୁ ଗାଁ ଆଖଡ଼ା ଘରେ କିଛିମାସ ଧରି ମଧ୍ୟ ପାଠପଢ଼ା ଚାଲିଥିଲା। ଅନ୍ୟପଟେ ଉକ୍ତ ଗୃହଟି ସଙ୍କଟାପର୍ଣ୍ଣ ଅବସ୍ଥାରେ ରହିଥିବାରୁ ଯାହାକୁନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ବାରମ୍ବାର ଏଠାରେ ଏକ ନୂତନ ଗୃହ ନିର୍ମାଣ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ହେଉଥିଲା। କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ ପରିତାପର ବିଷୟ ଉକ୍ତ ଗୃହକୁ ଗତ ଏକବର୍ଷ ତଳେ ବିଭାଗ ପକ୍ଷରୁ ବିପଦ ସଙ୍କୁଳ ଘୋଷଣା କରାଯାଇଥିବା ବେଳେ ଏବେ ପୁଣି ସେହି ବିପଦ ସଙ୍କୁଳ ଗୃହକୁ ମରାମତି ଆଳରେ ରଙ୍ଗ ବୋଳି ଅର୍ଥ ହଡପ କରିବା ପାଇଁ ଯୋଜନା ଚାଲିଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି ଘର କଡ଼ରେ ଏକ ପୋଖରୀ ଥିବାରୁ ଘରଟି ଦବି ଯାଇଥିଲା। ଯାହାପାଇଁ ସେଠାରେ ଏକ କଂକ୍ରିଟ ୱାଲ୍ କରାଯିବା ସହିତ ଭାଙ୍ଗି ଯାଇଥିବା କାନ୍ଥ ଗୁଡିକୁ ମରାମତି କରାଯିବ ବୋଲି କହିଛନ୍ତି। ସବୁଠୁ ବଡ଼ ଗୁରୁତ୍ଵପୂର୍ଣ୍ଣ କଥାହେଲା ଯେଉଁ ଘରର ମୂଳଦୁଆ ଫାଟି ଯାଇଛି ସେ ଘରକୁ କିପରି ବିଭାଗ ପକ୍ଷରୁ ମରାମତି କରାଯାଉଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖାଲି ସେତିକି ନୁହଁ ବୁ ବରଂ ଯନ୍ତ୍ରୀ କହୁଥିବା କଥା ଅନୁଯାୟୀ କଂକ୍ରିଟ ୱାଲ୍ ନିର୍ମାଣ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଗୃହ ମରାମତି କାମ ନକରି ଘରେ ରଙ୍ଗ ବୋଳିବାର କଣ ଉଦ୍ଦେଶ୍ୟ ରହିଛି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିବା ସହିତ ଜିଲାପାଳ ଏହି ଘଟଣାର ପ୍ରକୃତ ତଦନ୍ତ କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *