Header-News-Banner

ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି ପ୍ରତି ଶୁକ୍ରବାର ଦିନ କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |

0
WhatsApp Image 2026-03-13 at 8.03.28 PM

ନବରଙ୍ଗପୁର କଳିଙ୍ଗ ଫୋକସ / ତା:- ୧୩-୩-୨୬. ହସ୍ତତନ୍ତ୍ର ବସ୍ତ୍ର ପରିଧାନ ଉଦ୍ୟମ କୁ ସମ୍ମାନ ଜଣାଇ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ରାଜସ୍ୱ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ମାନେ ପ୍ରତ୍ୟେକ ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି | ଏହା ମଧ୍ୟରେ ରାଜ୍ୟର ପାରମ୍ପରିକ ବୟନ ଓ ହସ୍ତତନ୍ତ୍ର ଶିଳ୍ପ ପ୍ରତି ସମ୍ମାନ ଓ ସମର୍ଥନ ପ୍ରକାଶ ପାଇଛି | ପ୍ରକାଶଥାଉକି ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ ପାଢୀଙ୍କ ପ୍ରୟାସ ଏବଂ ଉଦ୍ୟମ ଅତି ପ୍ରଶଂସନୀୟ | ଡଃ ପାଢୀ, ପୂର୍ବରୁ କୃଷି ବିଭାଗରେ କାର୍ଯ୍ୟରତ ସମୟରେ ଏବଂ ବର୍ତ୍ତମାନ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ଵ ଗ୍ରହଣ କରିବା ପରେ ପତ୍ର ମାଧ୍ୟମରେ ସମସ୍ଥ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଥିଲେ | ଡଃ ପାଢୀ, ପ୍ରତ୍ୟେକ ସମୟରେ ହସ୍ତତନ୍ତ୍ର ପୋଷାକ ପରିଧାନ କରିବା ସହ ଓଡ଼ିଶା ର ପାରମ୍ପରିକ ହସ୍ତତନ୍ତ୍ର ସଂସ୍କୃତି କୁ ପ୍ରଚାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି | ଏହାକୁ ସମ୍ମାନ ଜଣାଇ ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ରାଜସ୍ୱ କର୍ମଚାରୀ ୨୦୨୩ ମସିହା ଠାରୁ ନିୟମିତ ଭାବରେ ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି ଆସୁଥିବା ଦେଖିବାକୁ ମିଳିଛି |
ଅଲ ଓଡିଶା ବ୍ୟୁର ଚିପି ସଂଜୀବ ଖୁରାଙ୍କ ରିପୋର୍ଟ କଳିଙ୍ଗ ଫୋକସ

Spread the love

Leave a Reply

Your email address will not be published. Required fields are marked *