Header-News-Banner

କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁଦୋଳ ପୁସ୍ତକ ମେଳାରେଚିଲିକା ପୁତ୍ର’ଙ୍କୁ ସମାଜ ସଂସ୍କାରକ ସମ୍ମାନ

0
WhatsApp Image 2026-03-13 at 7.49.11 PM

​କୃଷ୍ଣପ୍ରସାଦ, ୧୩/୩; (ବିଦ୍ୟାଧର ପଲେଇ ): ପାରିକୁଦ ଅଞ୍ଚଳର ସମାଜସେବା ତଥା ‘ଚିଲିକା ପୁତ୍ର’ ବୁଦ୍ଧିବର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ଟୁନା ସ୍ୱାଇଁଙ୍କୁ ସମାଜ ସଂସ୍କାରକ ସମ୍ମାନରେ ସମ୍ମାନିତ କରାଯାଇଛି । ପାରିକୁଦ ଅଞ୍ଚଳ କୃଷ୍ଣପ୍ରସାଦ ବ୍ଲକ ଦ୍ୱୀପ ମଧ୍ୟରେ ରହିଛି । ଏହା ଭିତରେ ୧୪ ପଞ୍ଚାୟତ ଓ ଚିଲିକା ସେପାରିରେ ୬ ପଞ୍ଚାୟତ ଅଧୀନ ୧୨୭ ଗ୍ରାମର ଲୋକଙ୍କ ପାଇଁ ୨୦୧୩ ଫାଇଲିନ ବାତ୍ୟା ଠାରୁ ଆନ୍ଦୋଳନ କରି ୨୦୧୯ରେ ବିଶ୍ୱ ବ୍ୟାଙ୍କ ଜରିଆରେ ୩ ଲକ୍ଷ ଟଙ୍କା ବ୍ୟୟବରାଦରେ ବାସଗୃହ ଯୋଗାଇ ଚିଲିକା ପୁତ୍ର ଭାବେ ସମ୍ମାନିତ ହୋଇଥିଲେ ।
​ଏହି ପରିପ୍ରେକ୍ଷୀରେ ମାଲୁଦ ୨୪ ମୌଜା କମିଟି ତତ୍ତ୍ୱାବଧାନରେ ଚଳିତବର୍ଷ ପଞ୍ଚୁଦୋଳ ମେଳଣ ପଡ଼ିଆରେ ଆୟୋଜିତ ପୁସ୍ତକମେଳାରେ ଶ୍ରୀ ସ୍ୱାଇଁଙ୍କୁ ସମାଜ ସଂସ୍କାରକ ଭାବେ ସମ୍ମାନିତ କରାଯାଇଛି । ଦ୍ୱୀପାଞ୍ଚଳ ପକ୍ଷରୁ ସ୍ୱାଗତ କରାଯାଇଛି । ପୁସ୍ତକ ମେଳାରେ ବାଲୁଗାଁ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନା ଶ୍ରୀ ସ୍ୱାଇଁଙ୍କୁ ସମ୍ମାନିତ କରିଥିଲେ । ବୈଠକରେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଉଲ୍ଲାସ କୁମାର ଜେନା, ସାହିତ୍ୟିକ ବିଷ୍ଣୁପ୍ରସାଦ ଦଳେଇ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *