Header-News-Banner

କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

0
WhatsApp Image 2026-03-13 at 7.49.24 PM

ବାଲିଆପାଳ ୧୩/୩(ଜ୍ୟୋତିରଞ୍ଜନ ପଟ୍ଟାୟତ)ବାଲେଶ୍ୱର ଜିଲ୍ଲା ରୁ ପ୍ରତିନିଧି:ବାଲିଆପାଳ ବ୍ଲକ ଅନ୍ତର୍ଗତ ଅଳାଡିହା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ମନମୟୀ ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡାଙ୍ଗପିଟା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳା ଏଗାର ତାରିଖ ଓ ବାର ତାରିଖ ଦୁଇଦିନ ହୋଇଥିଲା l କ୍ଲଷ୍ଟରର ସି. ଆର. ସି.ସି. ରତିକାନ୍ତ ମଲ୍ଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ବାଲିଆପାଳ ବ୍ଲକର ଏ.ବି.ଓ. ନମିତାପ୍ରଭା ସାମଲ ଯୋଗ ଦେଇ ଶିଶୁମାନଙ୍କ ଶିକ୍ଷଣ କ୍ଷେତ୍ରରେ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଓ ଶିଶୁ ମାନଙ୍କ ମନଲାଖି ପାଠ ପଢା ଉପରେ ଜୋର ଦେଇଥିଲେ l ଶିକ୍ଷଣ ସାମଗ୍ରୀ ପିଲାର ପାଠ ପଢ଼ାରେ କୌତୁହଳ ଓ ଜିଜ୍ଞାସୁ ମନୋବୃତ୍ତି ସୃଷ୍ଟିକରେ ବୋଲି ଅଭିହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ବାବୁରାମ ରାଉଳ, ଗୌରାଙ୍ଗ ମହାନ୍ତି, ମନମୟୀ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଗୋଛାୟତ, ଗ୍ରାମର ବୁଦ୍ଧିଜୀବୀ ରବୀନ୍ଦ୍ର ବିଶ୍ୱାଳ, ପୂର୍ବତନ ସି.ଆର.ସି.ସି. ଯୁଧିଷ୍ଠିର ବେହେରା, ଏସ. ଏମ.ସି.ର ସଭାପତି କାର୍ତ୍ତିକ ଜେନା ପ୍ରମୁଖ ଯୋଗ ଦେଇ ଏ ଭଳି ଶିଶୁ ମନଲାଖି କାର୍ଯ୍ୟକ୍ରମ ଶିକ୍ଷା ପ୍ରତି ଶିଶୁମାନଙ୍କର ଆଗ୍ରହ ବଢାଇବ ବୋଲି କହିଥିଲେ l ଶିକ୍ଷକ ପ୍ରଭାକର ପଢିଆରି ମଞ୍ଚ ଆବାହନ କରିଥିବା ବେଳେ ବେଦ ପାଠ କରିଥିଲେ l କ୍ଲଷ୍ଟରରୁ ସମସ୍ତ ବିଦ୍ୟାଳୟର ଏଫ. ଏଲ. ଏନ. ଶିକ୍ଷକଙ୍କ ସହ ବହୁ ଶିକ୍ଷକ ଯୋଗ ଦେଇଥିଲେ l ବିଦ୍ୟାଳୟ ଶିକ୍ଷକ ସରୋଜ କୁମାର ବିଶ୍ୱାଳ, ନଳିନୀ କାନ୍ତ ପାଢ଼ୀ, ପ୍ରିୟଙ୍କା ସାହୁ, ଛବିରାଣୀ ବର ଙ୍କ ସହ ପରିଚାଳନା କମିଟିର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଗୋଛାୟତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେl

Spread the love

Leave a Reply

Your email address will not be published. Required fields are marked *