ନୀଳଗିରି ୟୁଥ୍ ଫେଷ୍ଟ ମହୋତ୍ସବ ତରଫରୁ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ।
ଆଉ ମାତ୍ର ଗୋଟିଏ ଦିନ ପରେ ନୀଳଗିରି ୟୁଥ୍ ଫେଷ୍ଟ ମହୋତ୍ସବ ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ନୀଳଗିରି। ଚଳିତ ବର୍ଷ ୟୁଥ୍ ଫେଷ୍ଟ ମହୋତ୍ସବ ୭ ଦିନ ଚାଲିବ ବୋଲି ସୂଚନା ଥିବା ବେଳେ। ଆଜି ନୀଳଗିରି କେଶି ହାଇସ୍କୁଲ ରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୀଳଗିରି ୟୁଥ୍ ଫେଷ୍ଟ ମହୋତ୍ସବ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଜଜ୍ ଭାବେ ସମ୍ମୀପ୍ରଭା ରାଉତ ଏବଂ ସ୍ୱପ୍ନେଶ୍ୱର ବେହେରା ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ୍ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି।