ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ରହ୍ମା କୁମାରୀ ତରଫରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ରହ୍ମା କୁମାରୀ ତରଫରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଜଗତସିଂହପୁର ୧୦/୮/(ବୈଷ୍ଣବ ରାଉଳ) ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଶ ପଜ୍ଞାୟତ ସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନାଉଗାଁ ବ୍ରହ୍ମା କୁମାରୀ ଅନୁଷ୍ଠାନ ତରଫରୁ ନିଶା ନୀବାରଣ ସଚେତନତା କାର୍ଯ୍ୟକ୍ରମ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୀବନ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ଷ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ଯୋଗଦେଇ,ଭଲ ସାଙ୍ଗ ବାଛିବା, ଶୃଙ୍ଖଳିତ ଜୀବନଯାପନ କରିବା,ନିଜର ଲକ୍ଷ୍ୟ ପ୍ରତି ସଚେତନ ରହିବା ଦ୍ବାରା ନିଶା ଭଳି ଅଭ୍ୟାସ ଠାରୁ ଦୂରରେ ରହିହେବ ବୋଲି ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ପ୍ରଶାସକ ରବିନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଏହା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ଦେଖାଯାଇଛି।