(ରନ୍ଧନ ଗ୍ୟାସ ଅଚଳବସ୍ଥା ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର )ମୟୁରଭଞ୍ଜ :(ଦେବ କୁମାର)୧୩/୦୩ତାରିଖ
(ରନ୍ଧନ ଗ୍ୟାସ ଅଚଳବସ୍ଥା ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର )ମୟୁରଭଞ୍ଜ :(ଦେବ କୁମାର)୧୩/୦୩ତାରିଖ
ବାରିପଦା:ବତ୍ତମାନ ସାରା ରାଜ୍ୟରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳବସ୍ଥାକୁ ନେଇ ସାରା ରାଜ୍ୟରେ ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି ଯାହାଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବା ସହିତ ଗୃହିଣୀ ମାନେ ରୋଷେଇ କରିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ଯାହାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ନିର୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ପୂର୍ବ ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସତ୍ୟସାଇ ଛକ ଠାରୁ ଜିଲ୍ଲପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହାରି ଜିଲ୍ଲପାଳଙ୍କୁ ଗ୍ୟାସ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଜିଲ୍ଲା ଏଡିଏମ ଦୁଃଖବନ୍ଧୁ ନାୟକଙ୍କୁ ପ୍ରଧାନ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସହିତ ଏ ସ ଟି ସେଲ ରୁ ଚୈତନ୍ୟ ହାଁସଦା,କୃଷକ ସେଲ ସଭାପତି ଦୀପକ ଦାଶ, ପିସିସି ସଭ୍ୟ ନାରାୟଣ ପଟ୍ଟନାୟକ, ମୀନକେତନ ବେହେରା, ଉତ୍ତମ ବେହେରା, ପ୍ରଦୀପ ଦାଶ, ସୁନାରାମ ସରେନ,ବିଷ୍ଣୁ ସିଂ, ଅଭିଷେକ ଯାଦବ, ବିପ୍ଳବ ବାରିକ, ସମର ଦାଶ, ରବୀନ୍ଦ୍ର ଗିରି ମହିଳା କଂଗ୍ରେସ ପକ୍ଷରୁ ସୁନିତା ନାୟକ, ଭୁବନେଶ୍ୱରୀ ଜେନା, ଶୁଭସ୍ମିତା ଦାସ, ଅନିତା ମାରାଣ୍ଡି, ଲଫିଆ ମହାମୋତ,ତାରନା ବେଗମ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l