Header-News-Banner

ପତଣ୍ଡା ଗ୍ରାମ ଭିତରୁ ହରିଣ ଉଦ୍ଧାର

0
IMG-20250530-WA0090

ଗଣିଆ -୩୦/୦୫( କଳିଙ୍ଗ 24 News ଆଜି ଗଣିଆ ବ୍ଲକ ର କିଶୋର ପ୍ରସାଦ ପଞ୍ଚାୟତ ର ପତଣ୍ଡା ଗ୍ରାମ ଭିତରୁ  ଏକ ହରିଣ କୁ ଉଦ୍ଧାର କରିଛି ବନ ବିଭାଗ । ଘଟଣାରୁ ଜଣାପଡିଛି ଶୁକ୍ରବାର ଅପରାହ୍ନରେ ଏକ ହରିଣ ପତଣ୍ଡା ଗ୍ରାମ ଭିତରକୁ ଚାଲି ଆସିଥିଲା। ସ୍ଥାନୀୟ ଲୋକମାନେ ହରିଣ ଟିକୁ କାବୁ କରି ଗଣିଆ ବନବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ହରିଣ ଟିକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ରେ ଆସୁ ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡ଼ିଦେଇ ଥିଲେ।ହରିଣ ଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଫରେଷ୍ଟର ମନୋଜ ପ୍ରଭାକର ସାହୁ ସୁଚନା ଦେଇଛନ୍ତି।
ସରୋଜ କୁମାର ଦାଶ, ଗଣିଆ, ନୟାଗଡ ।

Spread the love

Leave a Reply

Your email address will not be published. Required fields are marked *