Header-News-Banner

ମନ୍ଦିର ପ୍ରବେଶକୁ ନେଇ ବିବାଦ, ମହିଳାଙ୍କୁ ମାଡ଼ ଅଭିଯୋଗ

0
WhatsApp Image 2026-08-10 at 19.23.22

ଏରସମା: (ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)ମନ୍ଦିରରେ ପୂଜାର୍ଚ୍ଚନାକୁ ନେଇ ଜାତିଆ ବିବାଦ ଦେଖାଦେଇଥିବା ବେଳେ ମହିଳାଙ୍କୁ ଗାଳିଗୁଲଜ, ଠେଲାପେଲା ଓ ମାଡ଼ ମାରିବା ନେଇ ଅଭିଯୋଗ ହୋଇଛି। ଘଟଣାଟି ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଅଟିମଟି ଗ୍ରାମରେ ଘଟିଥିବା ଜଣାପଡ଼ିଛି।

ସୋମବାର ସକାଳେ ଗ୍ରାମର କିଛି ମହିଳା ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ କିଛି ଯୁବକ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାଧା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଜାତିଆ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା ଓ ମାଡ଼ ମାରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଘଟଣାରେ ଜଣେ ବୟସ୍କ ମହିଳା ଆହତ ହୋଇଥିବା ମଧ୍ୟ ଅଭିଯୋଗ ରହିଛି।

ଘଟଣାକୁ ନେଇ ଏରସମା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି। ଅନ୍ୟପକ୍ଷରୁ ଗ୍ରାମର କିଛି ମହିଳାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।

ଘଟଣା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ତେବେ ଘଟଣାର ପ୍ରକୃତ କାରଣ ଓ ଦୋଷୀ କିଏ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ମନ୍ଦିର ପ୍ରବେଶକୁ ନେଇ ଜାତିଆ ବିବାଦ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *