ବରଗଡ଼ ଜିଲ୍ଲାର ପଦ୍ମପୁର ରେ ନିଶୁଳ୍କ କର୍କଟ ନିରୂପଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ l
ବରଗଡ:- (ଜୟନ୍ତ କୁମାର ସେଠ) ମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ସହ ସଂପୃକ୍ତ ଜଗନ୍ନାଥ କେନସର ଏଡ୍ ଫାଉଣ୍ଡେସନ, ମୁମ୍ବାଇର ଆନୁକୂଲ୍ୟରେ ଫାଇଟର୍ସ ଗୃପ, ବରଗଡ଼ ଏବଂ ଟାଉନ କ୍ଲବ୍, ପଦମପୁରର ସହଯୋଗରେ ପଦମପୁର ଠାରେ ନିଶୁଳ୍କ କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ସାଧାରଣ ଲୋକଙ୍କର ଉତ୍ସାହଜନକ ସମର୍ଥନ ମିଳିଥିଲା। ଉଦ୍ଘାଟନୀ ଅବସରରେ ଟାଉନ କ୍ଲବ୍, ପଦମପୁରର ସଭାପତି ପ୍ରିତେଶ ବହିଦାର ସଭାପତିତ୍ୱ କରିଥିଲେ। ଫାଇଟର୍ସ ଗୃପ ର ଅଧ୍ୟକ୍ଷ ଅଶ୍ବିନୀ ଦର୍ଜି ସମୀକ୍ଷା କରିଥିବା ବେଳେ ସଦସ୍ୟା ପ୍ରତିଭା ବାରିକ ମଞ୍ଚ ସଞ୍ଚାଳନ କରିଥିଲେ। ଶିବିରରେ ଅନୁଭବୀ କର୍କଟ ବିଶେଷଜ୍ଞ ଡା. ଦିଲିପ କରଙ୍କ ଦ୍ୱାରା କର୍କଟ ରୋଗର ପ୍ରାରମ୍ଭିକ ନିରୂପଣ ପରୀକ୍ଷା କରାଯାଇଥିଲା। ଏହା ସହ ଅସ୍ଥିରୋଗ ବିଶେଷଜ୍ଞ ଡା. ପ୍ରବୀଣ ନାୟକ, ସାଧାରଣ ଚିକିତ୍ସକ ଡା. ସୁନୀଲ ସାହୁ, ସ୍ତ୍ରୀରୋଗ ବିଶେଷଜ୍ଞ ଡା ପ୍ରିତୀଶ ଭୋଇ, ବରଗଡ଼ କ୍ୟାନ୍ସର ୱିଙ୍ଗର ଡା. ଭକ୍ତିଭୂଷଣ ପତି ଏବଂ ଶଲ୍ୟ ବିଶେଷଜ୍ଞ ଡା. ରାକେଶ, ପଦ୍ମପୁର ର ଡାକ୍ତର ଯଦୁମଣି ସାହୁ ଙ୍କ ଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଫାଇଟର୍ସ ଗୃପର ଅଧ୍ୟକ୍ଷ ଅଶ୍ବିନୀ ଦର୍ଜି ଓ ଫାଇଟର୍ସ ଗୃପ ର ସହଯୋଗୀ ସଦସ୍ୟ ବିଜୟ ସାହୁ, ଗୋପବନ୍ଧୁ ସିକା ଓ ଟାଉନ କ୍ଲବର ଉପସଭାପତି ଅଶୋକ ମିଶ୍ର,ନରେଶ ସୁନ୍ଦର ସାହୁ,ସମ୍ପାଦକ କୁନାଲ ପାଣିଗ୍ରାହୀ,ଅଖିଳ ପଟନାୟକ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ଚନ୍ଦନ ବଂଶଳ,ରମିଜ଼ ରାଜା,ପ୍ରତାପ ନାଥ,ସରୋଜ ପାଣିଗ୍ରାହୀ,ଶ୍ରୀକାନ୍ତ ପାଣିଗ୍ରାହୀ, ଦୀନେଶ ବାରିକ,ସୁରଜ ସୁନା,ଜୋସ୍ନାରାଣୀ କର,ସୁନୀଲ ଅଗ୍ରୱାଲ, ସୁଶୀଲ ଅଗ୍ରୱାଲ ସୁରେନ୍ଦ୍ର ସାହୁ,ସୁରେଶ ସାହୁ,ଟୁନା ଡ଼ସନା,ଅକ୍ଷୟ ସାହୁ,ରୁଦ୍ର ସାହୁ,ଅମୀର ମେହେର,ସୁଧାଂଶୁ କୁମ୍ଭୀର,ବିରେନ ପ୍ରଧାନ ତତ୍ତ୍ୱାବଧାନରେ ଶିବିର ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଏପରି ସ୍ୱାସ୍ଥ୍ୟମୂଳକ ପ୍ରୟାସ ଗ୍ରାମାଞ୍ଚଳରେ କର୍କଟ ସଚେତନତା ବୃଦ୍ଧି ସହ ପ୍ରାରମ୍ଭିକ ଚିହ୍ନଟକୁ ଅଧିକ ସୁଗମ କରିବ ବୋଲି ମତ ପ୍ରକାଶ ପାଇଛି। ଶିବିରରେ ପଦ୍ମପୁର ସହର ତଥା ପାଖ ଆଖ ଅଂଚଳ ମହିଳା ଓ ପୁରୁଷ ଚିକିତ୍ସା ପରାମର୍ଶ ଗ୍ରହଣ ସହ ଚିକିତ୍ସା ପାଇଥିଲେ।ପଦମପୁର ଟାଉନ୍ ହଲ୍ ରେ ଆୟୋଜନ କରାଯାଇ ଥିବା କର୍କଟ ରୋଗ ନିରୂପଣ ପରୀକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅବସରରେ ଡିସିବି ପଦ୍ମପୁର ଶାଖା ତରଫରୁ ଏହି ଶିବିର ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ପାନୀୟ ଜଳ, ଫ୍ରୁଟ ଜୁସ ସହିତ ଫଳମୂଳ ବଣ୍ଟନ କରାଯାଇ ଥିଲା। ଏହି ଅବସର ରେ ଶାଖା ପ୍ରବନ୍ଧକ ଏମ ରାଜେଶ୍ ଙ୍କ ନିରୀକ୍ଷଣ ରେ ଉପ ଶାଖା ପ୍ରବନ୍ଧକ ରାଜୀବ ପଟ୍ଟନାୟକ , ଦିଲ୍ଲୀପ୍ ଭୋଳ ଏବଂ ଅରବିନ୍ଦ ବିଶ୍ୱାଳ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ରେ ସହଯୋଗ କରିଥିଲେ।ଏହି ଶିବିରରେ zenith ନର୍ସିଂ କଲେଜ ର ଷ୍ଟାଫ୍ ମାନେ ମଧ୍ୟ ସହଯୋଗ କରିଥିଲେ