Header-News-Banner

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
WhatsApp Image 2026-06-21 at 10.57.31 AM

ଗଣିଆ – ୨୧/୦୬ ( ସରୋଜ କୁମାର ଦାଶ))ଗଣିଆରେ ଥିବା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶରୀର-ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ । ଯୋଗାଭ୍ୟାସ କରିବା ଦ୍ବାରା ମନୁଷ୍ୟ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ । ଯୋଗ ଦିବସର ପ୍ରମୁଖ ଲକ୍ଷ୍ୟ ହେଉଛି” ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ ” । ଆଜିର ଏହି କାର୍ଯ୍ୟକ୍ରମ ରେ, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ , ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । କ୍ରୀଡା ଶିକ୍ଷକ ବିକାଶ କୁମାର ମଲ୍ଲ ସମସ୍ତ ଙ୍କୁ ଯୋଗାଭ୍ୟାସ କରାଇଥିଲେ ।ତେବେ କେବଳ ଯୋଗ ଦିବସ ଦିନ ଯୋଗାଭ୍ୟାସ ନକରି ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ ଯଦି ଯୋଗାଭ୍ୟାସ ହୁଅନ୍ତା ତେବେ ଏହା ଉପକାରରେ ଆସିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *