Header-News-Banner

ଅଳଙ୍କାର ଜବତ; ତିନି ଗିରଫ

0
WhatsApp Image 2026-05-20 at 2.42.35 PM

ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍

ବୋରିଗୁମ୍ମା ୨୦/୫ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି. ସିଂହପୁର ଥାନା ପୁଲିସ ଦୁଇଟି ପୃଥକ ପୃଥକ ଚୋରି ମାମଲାରେ ୩ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କୁମୁଲି ଜଗନ୍ନାଥ ମନ୍ଦିର ଚୋରି ଘଟଣା ରେ ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଟାଉନଥାନା ବଲ ଅଧିନସ୍ଥ ମୂଷାପୁଟ ଅଞ୍ଚଳର ଖୋସଲା (୩୨) ଓ ସେହିପରି ଦ୍ବିତୀୟ ଚୋରି ବୋଡିଗାଁ ଚୋରି କେସରେ ସମ୍ପୃକ୍ତ ନନ୍ଦିନୀ ଦାଶ । ଅରଫ ଲକ୍ଷ୍ମୀ ସାଗର (୨୫) ଓ ନନ୍ଦିନୀ ସ୍ଵାମୀ ସୁରେଶ ଦାସ (१९) ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର କେନାଲ ସାହି ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି|ତେବେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ୫ ରୁ ୬ ଜଣ ଏବେବ ଫେରାର ରହିଛନ୍ତି|ପ୍ରକାଶ ଥାଉକି ଗତ ୧୪.୦୪.୨୦୨୬ ତାରିଖ ରାତିରେ ନୁମୁଲି ଜଗନ୍ନାଥ ମନ୍ଦିରର ତାଲାଭାଙ୍ଗି ମହାପ୍ରଭୁଙ୍କ ସୁନା, ରୂପା ଚୋରୀ ହେବା ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଥିଲେ। ପୋଲିସ ଚୋରି ସାମଗ୍ରୀ ମଧ୍ୟରୁ ଠାକୁର ଙ୍କ ବ୍ୟବହାର ହେଉଥ‌ିବା ୫୦୦ ଗ୍ରାମ ରୁପା ନିର୍ମିତ ସାମଗ୍ରୀ,ଏବଂ ମନ୍ଦିରରେ ବ୍ୟବହୃତ ଶିବଙ୍କ ରୁଦ୍ରାକ୍ଷ ଜବତ କରାଯାଇଛି। ଦ୍ବିତୀୟ ଚୋରି

ଘଟଣାରେ ଏକ ତୁଳା ସୁନା, ୨୬୦ ଗ୍ରାମ ରୂପା ଏବଂ ୨ଟି ପୁରୁଣା ମୁଦ୍ରା ଜବତ କରାଯାଇଛି। ଅଭିଯୁକ୍ତ ମାନେ ତାଲା ଭାଙ୍ଗିବାରେ ବ୍ୟବହାର କରିଥିବା ଲୁହା ଛଡ଼ ୨ଟି, କିପ୍ୟାଡ ମୋବାଇଲ ୯,୬, ୩ଟି ମୋଟର ସାଇକଲ, ଖଣ୍ଡା ଓ ଲଙ୍କାଗୁଣ୍ଡ ଜବତ କରାଯାଇଛି। ଏଥ ନେଇ ବୋରିଗୁମ୍ମା ଉପଖଣ୍ଡ ଆରୋକ୍ଷୀ ଅଧ୍ କାରୀଙ୍କ କର୍ଯ୍ୟାଳୟରେ ଅପରାହ୍ନରେ ଏସ୍ ଏସ୍ ଡିପିଓ ସତ୍ଯବ୍ର ବ୍ରତ ଲେଙ୍କା ଏବଂ ଥାନା ଅଧିକାରୀ ଲିମାରାଜ ପ୍ରଧାନ ମିଳିତ ଭାବେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି।ବି ସିଂପୁର ଥାନା ର ଏସ ଆଇ ସୁରଜ ପ୍ରଧ।ନ ହାବିଲଦାର ଅନିରୁଦ୍ଧ ବିଷୋୟୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। । ବି ସିଂପୁର ଥାନା ଅନ୍ତର୍ଗତ ରାଣିଗଡ଼ ଆଉଟ ପୋଷ୍ଟ ର ଏଏସଆଇ ଆର, ଶ୍ରୀନ ଅଭିଯୋଗ ଅନୁସାରେ ଗତ ୧୮.୦୫.୨୬ ରେ କିଛି ଅଜଣା ଦୁର୍ବୃତ୍ତ ରାତି ୧୨ ଟା ସମୟରେ ମୋଟର ସାଇକେଲରେ ମାରଣାସ୍ତ୍ର ଧରି ଲାଠିକଟା ଓ ଭାଲୁ ମହଲ ଜଙ୍ଗଲ ରେ ବୁଲୁଥିଲେ । ସେମାନଙ୍କୁ ସନ୍ଦେହ କରି ବି ସିଂପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।ପରେ ସେମାନେ କୁମୁଲି ଜଗନ୍ନାଥ ମନ୍ଦିର ଓ ବୋଡିଗାଁ ରୁ ଚୋରୀ କରିଥିବା ପୋଲିସ ସାମ୍ନାରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *