Header-News-Banner

ଖରମୁଣ୍ଡା ବାପୁଜୀ ହାଇସ୍କୁଲରେ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର : ବିଜେପୁର, ଖରମୁଣ୍ଡା

0
IMG-20251205-WA0221


ବିଜେପୁର, ଖରମୁଣ୍ଡା, ବରଗଡ଼ – ତା ୦୫/୧୨/୨୦୨୫ ରିଖ:
ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବରଗଡ଼ର ମିଳିତ ଆନୁକୂଲ୍ୟରେ ଆଜି ଖରମୁଣ୍ଡା ସ୍ଥିତ ବାପୁଜୀ ହାଇସ୍କୁଲ ପରିସରରେ ଏକ ଦିବସୀୟ “ଜୁନିୟର ରେଡକ୍ରସ (JRC) ପରାମର୍ଶଦାତା ତାଲିମ କାର୍ଯ୍ୟକ୍ରମ” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ତିନୋଟି ବ୍ଲକ ଯଥା – ବିଜେପୁର,ଗାଇସିଲେଟ ଓ ସୋହେଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୭୦ରୁ ଉର୍ଦ୍ଧ୍ୱ ଜୁନିୟର ରେଡକ୍ରସ କାଉନସିଲର ଅଂଶଗ୍ରହଣ କରିଥିଲେ। ବାପୁଜୀ ହାଇସ୍କୁଲର ପରିଚାଳନା କମିଟି (SMC) ସଭାପତି ଶ୍ରୀଯୁକ୍ତ ନଳିନ ଗଡତିଆ ଆଜିର ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇ ସେ କହିଥିଲେ ଯେ, “ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼ା ନୁହେଁ, ବରଂ ସମାଜ ସେବା ଏବଂ ମାନବିକ ମୂଲ୍ୟବୋଧ ଶିକ୍ଷା ଦେବାରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ ” ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ (BEO) ଶ୍ରୀଯୁକ୍ତ ବଲ୍ଲଭ ମେହେର ଯୋଗଦେଇ ଶିକ୍ଷକମାନଙ୍କୁ ଛାତ୍ର ଗଢିବାର କାରିଗର ବୋଲି ଅଭିହିତ କରିଥିଲେ। ବରଗଡ଼ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର (JRCO) ଶ୍ରୀଯୁକ୍ତ ହେମନ୍ତ କୁମାର ସାମଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଜିଲ୍ଲାରେ ରେଡକ୍ରସର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ।
ବାପୁଜୀ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ପୂର୍ବତନ JRCO ଶ୍ରୀଯୁକ୍ତ ମହେନ୍ଦ୍ର ଆଚାର୍ଯ୍ୟ ସାଧନ କର୍ମୀ (RP) ଭାବେ ଯୋଗଦେଇ ନିଜର ଦୀର୍ଘ ବର୍ଷର ଅଭିଜ୍ଞତା ବାଣ୍ଟିଥିଲେ ଏବଂ ରେଡକ୍ରସର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ସାଧନ କର୍ମୀ ଭାବେ ଶ୍ରୀମତୀ ସେବାବିନିମୟୀ ଯୁକ୍ତା ବାରିକ ଏବଂ ଶ୍ରୀଯୁକ୍ତ ମନୋହର ଦାଶ କାଉନସିଲରମାନଙ୍କୁ ରେଡକ୍ରସର ସପ୍ତ ନୀତି, ପ୍ରାଥମିକ ଚିକିତ୍ସା, ଏଚ ଆଇ ଭି ଏଡ୍ସ ସଚେତନତା ଅଭିଯାନ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅଜିତ କୁମାର ସାହୁ ସମ୍ପାଦନ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *