Header-News-Banner

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଶିଉନି ଗ୍ରାମରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ

0
WhatsApp Image 2026-03-27 at 6.58.37 PM

କଳାହାଣ୍ଡି,କୋକସରା,୨୭/୦୩: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ,ବରାଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଉନି ଗ୍ରାମରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଏହି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗଦେଇ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ବରିଷ୍ଠ ବିଜେପି ନେତା ଗୋପିଚନ ନାଏକ,ସଞ୍ଜୟ ସିଂହଳ,ସୁରେଶ ଅଗ୍ରୱାଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତର ଜନ ସାଧାରଣ ଙ୍କ ପାଇଁ ଲୋକାର୍ପିତ କରିଥିଲେ। ଏହି ଅବସରରେ ଶିଉନି ଗ୍ରାମର ସଚେତନ ନାଗରିକ ଭାବରେ ହିମାଞ୍ଚଳ ପୁଝାରି, ନରେନ୍ଦ୍ର ଧଙ୍ଗଡା ମାଝୀ, ସୁମନ୍ତ କୁମାର ପଣ୍ଡା, ଭୁବନେଶ୍ୱର ଦିଶାରୀ, ବୈଦ୍ୟନାଥ ପଣ୍ଡା,ପରମେଶ୍ବର ଧଙ୍ଗଡା ମାଝୀ, ଭୁବନେଶ୍ୱର ପୁଝାରି, ଗୋପବନ୍ଧୁ ବିହାର ଉପସ୍ଥିତ ରହି ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।ପରିଶେଷରେ ଭୁବନେଶ୍ୱର ଦିଶାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *