Header-News-Banner

ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ଅସହାୟ ପରିବାରଙ୍କୁ ସହଯୋଗ କଲେ ବିଧାୟକ ପବିତ୍ର ସାଉଁନ୍ତା

0
WhatsApp Image 2026-06-08 at 1.51.06 PM

ବିଧାୟକଙ୍କ ସହଯୋଗରେ ପାଲାସାରୁ ଗାଁକୁ ପହଞ୍ଚିଲା ମୃତଦେହ

ଦଶମନ୍ତପୁର,(କଳିଙ୍ଗ ଫୋକସ) ତା. ୦୮/୦୬: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତର ଆଦିବାସୀ ସାହିର ଦେବରାଜ ଭୋଇ (୪୪)ଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି। ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଆଶାରେ ଦେବରାଜ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବାବେଳେ ପାଲାସା ରେଳ ଷ୍ଟେସନରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ଲୋକେ ପାଇଥିଲେ। ଏହି ଅଚାନକ ଘଟଣା ପରେ ପରିବାର ଲୋକ ଗଭୀର ଦୁଃଖ ଓ ଚିନ୍ତାରେ ଡୁବିଯାଇଥିଲେ। ଆର୍ଥିକ ଅସୁବିଧା କାରଣରୁ ମୃତଦେହକୁ ଗାଁକୁ ଆଣିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା। ବହୁ ଚେଷ୍ଟା ସତ୍ତ୍ୱେ ସହାୟତା ନମିଳିବାରୁ ଶେଷରେ ପରିବାର ଲୋକେ ଲକ୍ଷ୍ମୀପୁରର ଲୋକପ୍ରିୟ ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇବାମାତ୍ରେ ବିଧାୟକ ଶ୍ରୀ ସାଉଁନ୍ତା ତୁରନ୍ତ ପଦକ୍ଷେପ ନେଇ ମୃତଦେହକୁ ପାଲାସାରୁ ଦେବରାଜଙ୍କ ଗାଁକୁ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ତାଙ୍କର ଏହି ମାନବିକ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ହେଉଛି। ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଅନେକ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ବିଧାୟକଙ୍କ ଏହି ହୃଦୟସ୍ପର୍ଶୀ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି। ଲୋକମାନେ କହିଛନ୍ତି ଯେ, “ଆମେ ଏକ ହୃଦୟବାନ ଓ ଜନସେବାମୂଳକ ବିଧାୟକଙ୍କୁ ନିର୍ବାଚିତ କରିଛୁ, ଯିଏ ଦୁଃଖ ସମୟରେ ଗରିବ ଲୋକଙ୍କ ପାଖରେ ଠିଆ ହେଉଛନ୍ତି।” ସାଧାରଣ ଲୋକଙ୍କ ମତରେ, ବିଧାୟକଙ୍କ ଏଭଳି ମାନବିକ ଓ ଜନହିତକାରୀ କାର୍ଯ୍ୟ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ଉନ୍ନତିକୁ ନୂଆ ଦିଗ ଦେବ। ତାଙ୍କର ସେବାମୂଳକ ମନୋଭାବ ଲୋକଙ୍କ ମନରେ ଆସ୍ଥା ଓ ଭରସା ଆହୁରି ବଢ଼ାଇଛି।

Spread the love

Leave a Reply

Your email address will not be published. Required fields are marked *