Header-News-Banner

ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର।

0

ବଜ୍ରା ଘାତରେ ଜଣେ ମୃତ୍ୟୁ ତିନି ଗୁରୁତର। କଳାହାଣ୍ଡି: (ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ)ଜୁନାଗଡ଼ ଥାନା ଅର୍ନ୍ତଗତ ବଲଧିଆ ମାଲ ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।ଏମିତି ବି ମୃତ୍ୟୁ ଆସେ ଲୋକଜାଣିବା ଦୁରର କଥା ଭଗବାନ ବି ଜାଣିପାରନ୍ତିନି। ବଲଧିଆମାଲ ଗ୍ରାମର ଶ୍ରୀ ବଂଶିଧର ମେହେରଙ୍କ ଜମିକୁ ଝାରଘି ଚିବା ପାଇଁ ଗରିବ ଲୋକମାନେ କୁଲିମଜୁରି କରିବାକୁ ଜାଇଥିଲେ, ହଠାତ୍ ଘଡ଼ଘଡ଼ି ଓ ବର୍ଷା ହେବାରୁ ମଜୁରିଆମାନେ ଶ୍ରୀ ଚଞ୍ଚଲା ବିଶ୍ବାଲ,ଖିରଦେଇ ପ୍ରଧାନୀ,ଭୁମି ଲହଜଲ, ସଂଯୁକ୍ତା ଲହଜଲ,ଓ ଧିରବା ମାଝୀ,ଘରକୁ ଫେରୁଥିବା ସମୟରେ ରାସ୍ତାରେ ବିଜୁଳି ଆଘାତରେ ଶ୍ରୀ ଚଞ୍ଚଲା ବିଶ୍ବାଲ ସ୍ଵାମି ଶ୍ରୀରାମ ବିଶ୍ବାଲ ( ୫୫)ର ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିବାରୁ ତିନିଜଣ ଖିରଦେଇ,ଭୁମି, ସଂଯୁକ୍ତା ଗୁରୁତର ଥିବାରୁ ଗ୍ରାମର ଲୋକେ ଖବର ପାଇ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ଜୁନାଗଡ ଡାକ୍ତରଖାନାକୁ ଅଣାଯାଇଥିଲା,ଡାକ୍ତର ଚଞ୍ଚଲା ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ,ତିନିଜଣଙ୍କୁ ଭବାନିପାଟଣା ବଡ଼ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି, ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି, ଓ ସରକାରଙ୍କୁ ଅନୁରୋଧ କରିଛନ୍ତି,ଆମ୍ଭେ ଗରିବ ଖଟିଆ ଲୋକ ମାନେ ଆମକୁ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି,ଦେଖାଯାଉ ସରକାର ଏଗରିବ ମାନଙ୍କ ପାଇଁ କେତେ ତତ୍ପରତା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *