Header-News-Banner

ରାଜଗାଙ୍ଗପୁର ତା:-୨୭-୦୬-୨୦୨୬, ରାଜଗାଙ୍ଗପୁର ସହରରେ ରେ ବଳିଦାନ ର ପର୍ବ ମହରମ୍ ଶାନ୍ତି ଶୃଙ୍ଖଳା ସହିତ ପାଳନ

0
WhatsApp Image 2026-06-27 at 11.10.36 AM

ରାଜଗାଙ୍ଗପୁର ତା:-୨୭-୦୬-୨୦୨୬, ରାଜଗାଙ୍ଗପୁର ସହରରେ ରେ ବଳିଦାନ ର ପର୍ବ ମହରମ୍ ଶାନ୍ତି ଶୃଙ୍ଖଳା ସହିତ ପାଳନ ହେଉ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୈ।ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨ ଜଣ ଅତିରିକ୍ତ ପୋଲିସ ଅଧିକ୍ଷକ,୭ ଡି ଏସ ପି, ୧୮ ଜଣ ଇନ୍ସପେକ୍ଟର,୪୦ ଜଣ ସବ୍ ଇନ୍ସପେକ୍ଟର, ଡ୍ରୋନ କେମେରା, ସି ସି ଟିଭି କେମେରା ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ସମସ୍ତ ଅଞ୍ଚଳ କୁ ୨ଟି ସେକ୍ଟର ଓ ୪ ଟି ସବ ସେକ୍ଟରରେ ବିଭକ୍ତ କରି ଯେକୌଣସି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତିକ୍ଷଣ ନଜର ରଖାଯାଇଥିବା ସତ୍ବେ ପଶ୍ଚିମାଞ୍ଚଳ ଆଇ ଜି ଶ୍ରୀ ବ୍ରିଜେଶ ରାଏ ନିଜେ ଉପସ୍ଥିତ ରହି ଚାରିଆଡ଼େ ପଇଁତରା ମାରୁଥିବାର ଦେଖିବାକୁ ମିଳିଥିଲା।କଡ଼ା ସୁରକ୍ଷା ବଳୟରେ ବଳିଦାନ ର ପର୍ବ ମହରମ୍ ସମ୍ପନ୍ନ ହୋଇଯାଇଛି। ଇସଲାମୀକ କ୍ୟାଲେଣ୍ଡର ର ପ୍ରଥମ ମାସ ହେଉଛି ମହରମ୍ ମାସ ଏବଂ ସୁନ୍ନି ସମ୍ପ୍ରଦାୟ ମହରମ୍ କୁ ବଡ଼ ପର୍ବ ବୋଲି ମାନୁଛନ୍ତି , ମହରମ୍ ହେଉଛି ସବୁଠାରୁ ବଡ଼ ଶୋକର ପର୍ବ କାରଣ ଏହି ମାସରେ ସବୁଠୁ ବଡ଼ ଯୁଦ୍ଧ ଆରବରେ ହୋଇଥିଲା। ସିରିଆ ର ବାଦଶା ୟଜିଜ ସବୁ ଇସଲାମିକ ଶାସକ ମାନଙ୍କୁ ନିଜ ଅଧିନରେ ଆଣିବା ଉଦ୍ଦେଶ୍ୟରେ ଚାହୁଁ ଥିଲେ ଯେ, ତାଙ୍କୁ ଖଳିଫା ବୋଲି ସ୍ବିକାର କରାଯାଉ। ଏଥିପାଇଁ ତାଙ୍କୁ ଏଭଳି ଜଣେ ଲୋକପ୍ରିୟ ଲୋକର ଆବଶ୍ୟକତା ଥିଲା ଯାହାକୁ ସମସ୍ତ ଆରବ ଦେଶ ର ଶାସକ ମାନେ ଓ ନାଗରିକ ମାନେ ସମ୍ମାନ କରୁଥିବେ ଏବଂ ସେ ଲୋକ ଥିଲେ ହଜରତ ମହମ୍ମଦ ଙ୍କ ନାତି “ଇମାମ ହୁସେନ”। କିନ୍ତୁ ଇମାମ ହୁସେନ ବାଦଶା ୟଜିଜ ଙ୍କ ବଦ ଅଭ୍ୟାସ ତଥା କୃରତା ବିଷୟରେ ଜାଣିବା ପରେ ୟଜିଜ ସାମ୍ନାରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ନିଜ ୭୨ ଜଣ ସମ୍ପର୍କିୟ ଙ୍କ ସହିତ ଇରାକରେ ଥିବା କରବଲା ସହର କୁ ଚାଲିଗଲେ ଏହି ଖବର ରେ ଶୁଣି ବାଦଶା ୟଜିଜ ଉକ୍ଷିତ୍ପ ହୋଇ ନିଜ ହଜାର ହଜାର ସୈନ୍ୟ ପଠାଇ ଇମାମ ହୁସେନ ଏବଂ ତାଙ୍କ ସମସ୍ତ ସମ୍ପର୍କିୟ ମାନଙ୍କୁ ମହରମ୍ ମାସ ର ଦଶମ ଦିନରେ ବରବର୍ରୋଚ୍ଚିତ ହତ୍ୟା କରିଥିଲେ। ଏଥିପାଇଁ ଇମାମ ହୁସେନ ଙ୍କ ବଳିଦାନ କୁ ମନେ ପକାଇବା ପାଇଁ ୧୦ ଦିନଧରି ବିଭିନ୍ନ ଧାର୍ମିକ ଆୟୋଜନ, ତକରିର ଓ ଆଖଡ଼ା ର ଆୟୋଜନ କରାଯାଇଥାଏ ।ଏବଂ ଇମାମ ହୁସେନ ଙ୍କ ମକବରାର ପ୍ରତିକ ରୁପେ ତିଆରି କରାଯାଇଥିବା ତାଜିଆ କୁ ନେଇ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଶେଷରେ ତାଜିଆ କୁ କବର ଦିଆଯାଏ।
ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ସହରର ସଦର ଆଖଡ଼ା,ରବାନୀ ଛକ , ଭଟ୍ଟା ପଡ଼ା, ଇସଲାମ ଛକ, ତ୍ରିବେଣୀ ରୋଡ଼,ତଲକି ପଡ଼ା, ଇଦଗାପଡ଼ାର ସଦର ଆଖଡ଼ା, ଅଲି ଆଖଡ଼ା ଏବଂ ହୁସେନ କମିଟି ଆଖଡ଼ା ସର୍ବ ମୋଟ ୯ ଗୋଟି ଆଖଡ଼ା ସମ୍ମିଳିତ ହୋଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ଏବଂ ରାତି ୧୦ଟା ପରେ କରବଲା ରେ ପହଁଞ୍ଚିବା ପରେ
କାର୍ଯ୍ୟକ୍ରମ ର ସମାପନ ହୋଇଥିଲା।
ଏହି ବଳିଦାନ ର ପର୍ବ ମହରମ୍ ର ଶୋଭାଯାତ୍ରାରେ ସହରର ଭଦ୍ର ଲୋକଙ୍କ ମଧ୍ୟରୁ ମୁସଲିମ ପଞ୍ଚାୟତ ସମିତି ର ସଭାପତି ଏମ ଡି ଆରିଫ, ସମ୍ପାଦକ ମାସୁଦ ଅମନ, ଏମ ଡି ଜାବେଦ,ପାକା ବାବୁ, ଏମ ଡି ମୋବିନ,ଏମ ଡି ନୈ।ସାଦ, ବିଧାୟକ ଡଃ ସି ଏସ ରାଜେନ ଏକ୍କା, ସାଂସଦ ପ୍ରତିନିଧି ରାଜନ ସୋନି , ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଅଶୋକ ଦାସ, ରାଜେନ୍ଦ୍ର ବେହେରା, ମ୍ୟୁନିସିପାଲଟି ଚେୟାରମେନ ମାଧୁରୀ ଲୁଗୁନ, ଭାଇସ ଚେୟାରମେନ ଏମ ଡି ଇରଫାନ ଓ ଅନେକ ଗଣମାଧ୍ୟମ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜ ଦାୟିତ୍ବ ତୁଲାଇଥିଲେ।

ରାଜଗାଙ୍ଗପୁର ରୁ ରମେଶ ସୋନିଙ୍କ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *