Header-News-Banner

ଆର ଟି ଏଚ୍ ଏସ୍ ରାଧାକ୍ରିଷ୍ଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡି ଏମ୍ କେ କେ ର ଦିବ୍ୟାଙ୍ଗ ଛାତ୍ରୀ ଓ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

0
WhatsApp Image 2026-04-07 at 6.13.46 PM

ନୀଳଗିରି,:୭/୪(ନୀଳଗିରି)
ରବିବାର ନୀଳଗିରି ବାଲିଗୋହିରି ସ୍ଥିତ ରତ୍ନାକର ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଆର ଟି ଏଚ୍ ଏସ୍ ରାଧାକ୍ରିଷ୍ଣ ଚାରିଟେବୁଲ ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା,ତଥା ସମାଜସେବୀ ତଥା ସଭାପତି ଈଂ ଦିପ୍ତିକାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସୁଦୂର ଦାନ୍ତନ୍, ପଶ୍ଚିମବଙ୍ଗ ର ଦାନ୍ତନ ମାନବ କଲ୍ୟାଣ କେନ୍ଦ୍ର ର ସଭାପତି ଡ଼ ତପନ କୁମାର ତ୍ରିପାଠୀ, ଡାଇରେକ୍ଟର ଅନିଲ ଦାସ, ସେକ୍ରେଟାରୀ ନୀଳକଣ୍ଠ ପାତ୍ର , ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡା ଉପସ୍ଥିତ ଥିଲେ । ଚାରିଟେବୁଲ ଫାଉଣ୍ଡେସନ ର ଚେୟାରମେନ ତଥା ବିଶିଷ୍ଟ ଶିକ୍ଷାବିତ ବିନୋଦ୍ ବିହାରୀ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ‌ । ସକାଳେ ଉଭୟ ଡି ଏମ୍ କେ କେ ଓ ଆର୍ ଟି ଏଚ୍ ଏସ୍ ରାଧାକ୍ରିଷ୍ଣ ଚାରିଟେବୁଲ ଫାଉଣ୍ଡେସନ ର ସଦସ୍ୟ ମାନେ ବାବା ପଞ୍ଚଲିଙ୍ଗେଶ୍ୱର ଙ୍କୁ ଦର୍ଶନ କରି ପୁଜା ଅର୍ଚ୍ଚନା କରିବା ପରେ ବିଦ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ର ପ୍ରାରମ୍ଭ ରେ ବିଦ୍ୟାଳୟ ର ସ୍ରଷ୍ଟା ଡ଼ ରତ୍ନାକର ମହାପାତ୍ର ଙ୍କ ମୁର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରଦିପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବୈଠକରେ ସମସ୍ତ ସଦସ୍ୟ ନିଜ ନିଜ ର ଭାବନା କୁ ପରିପ୍ରକାଶ କରିଥିଲେ । ପରେ ସୁଦୁର ଦାନ୍ତନ୍ ରୁ ଆସିଥିବା ମୁକ ବଧିର ପିଲା ମାନଙ୍କୁ ପୂଷ୍ପ ଓ ଉପହାର ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟ କ୍ରମ ଶେଷରେ ସୁସ୍ୱାଦୁ ଓ ଶୁଦ୍ଧ ନିରାମିଷ ଭୋଜନ ସମସ୍ତଙ୍କୁ ପରସା ଯାଇଥିଲା।
ଭୋଜନ ପରେ ତୃତୀୟ ଶ୍ରୀକ୍ଷେତ୍ର ନିଳଗିରି ଜଗନ୍ନାଥ ମନ୍ଦିର ଓ ଇମାମି ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଦାନ୍ତନ ଅଭିମୁଖେ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଦସ୍ୟ ତଥା ମ୍ୟାନେଜିଂ ଟ୍ରଷ୍ଟି ସତ୍ୟ ଗୋପାଲ ମହାପାତ୍ର , ସତ୍ୟ ନାରାୟଣ ମିଶ୍ର , ମିହିର ପ୍ରଧାନ,ସମିର ରାୟ , ହିମାଂଶୁ ଶେଖର ପାଣିଗ୍ରାହୀ, ସତ୍ୟ ନାରାୟଣ ମହାପାତ୍ର , ଚନ୍ଦ୍ରଶେଖର ମହାଳିକ, ତାପସ ରଂଜନ ପ୍ରଧାନ, ସରୋଜ ସାହୁ , ଦୀପକ ଦାସ, ମଧୁସ୍ମିତା ମହାଳିକ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ହଷ୍ଟେଲ ଛାତ୍ର ଉପସ୍ଥିତ ଥିଲେ । ସୁଦୂର କୋଙ୍ଗ ଦେଶରେ ରହୁଥିବା ଫାଉଣ୍ଡେସନ ସଦସ୍ୟ ସପନ କୁମାର ଦାସ ଆସିଥିବା ମୁକ ବଧିର ପିଲା ମାନଙ୍କ ପାଇଁ ଉପହାର ର ବ୍ୟବସ୍ଥା କରାଇଥିଲେ। ସେହିପରି ଲକ୍ଷ୍ନୌ ରେ ରହି ଟ୍ରଷ୍ଟି ଡ଼ କେ ଆର୍ ରାଜନ ଦାଶ , ବେଙ୍ଗାଲୁରୁ ରୁ ଟ୍ରଷ୍ଟି ପ୍ରଭାତ ଦାଶ ଓ ବାଲେଶ୍ୱର ରୁ ସ୍ପୁର୍ତ୍ତି ସାମଲ ମଧ୍ୟ ନିଜ ନିଜର ସହଯୋଗ ର ହାତ ବଢ଼ାଇ ଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ପରିବାର ର ସଦସ୍ୟା ଶାଶ୍ବତି ପଣ୍ଡା ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମ କୁ ଭୁରି ପ୍ରଶଂସା କରିଥିଲେ ଓ ପିଲା ମାନଙ୍କ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର କର୍ମଚାରୀ ନରୋତ୍ତମ ସାହୁ ଓ ଭାଗବତ ପତି ସହଯୋଗ କରି ଥିବା ଦେଖା ଯାଇଛି।

Spread the love

Leave a Reply

Your email address will not be published. Required fields are marked *