Header-News-Banner

ମାନବିକତାର ପରିଚୟ ଦେଲେ ସନ୍ତୋଷ

0
WhatsApp Image 2026-04-24 at 7.21.12 PM

ବଡ଼ଚଣା: ଆଜିବି ବଞ୍ଚି ରହିଛି ମାନବିକତା ଓ ସଚୋଟ ପଣିଆ ଏମିତି ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ପାଇଲା ପରେ ମଧ୍ୟ ଲୋଭାଗ୍ରସ୍ତ ନ ହୋଇ ପାଇଥିବା ଟଙ୍କା କୁ ଖୁସି ମନରେ ଫେରାଇ ଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇ ପୁର ଗ୍ରାମରେ ଏହି ଗ୍ରାମର ସନ୍ତୋଷ କୁମାର ନାୟକ ସେ ଜଣେ ସମାଜସେବୀ ହିସାବ ରେ ଖୁବ ପରିଚିତ,କିଛି ଦିନ ତଳେ ସନ୍ତୋଷ କୁମାର ନାୟକ ନିଜ ଘରେ ବସିଥିବା ସମୟରେ ତାଙ୍କ ଆକାଉଣ୍ଟ କୁ 7 ଲକ୍ଷ 50 ହଜାର ଟଙ୍କା ଏକ ଅଜଣା ନମ୍ବର ରୁ ମେସେଜ ଆସିଥିଲା,ଏନେଇ ସନ୍ତୋଷ ତୁରନ୍ତ ବଡ଼ଚଣା ଥାନାରେ ଲିଖିତ ଆକାରରେ ଜଣାଇ ଥିଲେ,ଏବଂ ସନ୍ତୋଷ ତୁରନ୍ତ ବ୍ୟାଙ୍କ ଅଧିକାରୀ ଙ୍କ ସହ ଯୋଗା ଯୋଗ ମଧ୍ୟ୍ୟ କରିଥିଲେ ଭୁଲ ରେ ପଠେଇ ଥିବା ବିହାର ନିବାସୀ ସୁନୀଲ କୁମାର ଙ୍କ ମୋବାଇଲ ନମ୍ବର ଆଣି ତାଙ୍କ ସହ ଯୋଗା ଯୋଗ କରିଥିଲେ,ସୁନୀଲ ସିଲିଗୁଡ଼ି ଫୌଜୀ ରେ କାର୍ଯ୍ୟରତ ଏତେ ଗୁଡିଏ ଟଙ୍କା ଭୁଲ ରେ ସନ୍ତୋଷ ଙ୍କ ଆକାଉଣ୍ଟକୁ ଚାଲି ଯାଇ ଥିବାରୁ,ସେ ମଧ୍ୟ୍ୟ ଚିନ୍ତାରେ ଥିଲେ,ତେଣୁ ଆଜି ସୁନୀଲ କୁମାର ସନ୍ତୋଷ ଙ୍କ ସହ ଯୋଗା ଯୋଗ କରି ବଡ଼ଚଣା ରେ ପହଞ୍ଚି ତାଙ୍କର ଟଙ୍କା ଫେରସ୍ତ ପାଇଥିଲେ।ଏଥିପାଇଁ ସୁନୀଲ କୁମାର ସନ୍ତୋଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି,ଓ ଭୃୟସୀ ପ୍ରଶଂସା ମଧ୍ୟ୍ୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *