ଶ୍ରୀଜଗନ୍ନାଥ ଧାମ ପୁରୀ ଦର୍ଶନରେ ଗଲେ ବରିଷ୍ଠ ନାଗରିକ
ସାରସକଣା:୧୧/୦୩ (ପ୍ରଶାନ୍ତ କୁମାର ସାମନ୍ତରାୟ)
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷ ସାରସକଣା ବ୍ଲକରୁ ଅଦ୍ୟ ୧୧ ତାରିଖ ବୁଧବାର ସକାଳ ୮ ଘଟିକା ସମୟରେ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ତୀର୍ଥଯାତ୍ରା ବସ ବାହାରିଛି।ସାରସକଣା ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ଉକ୍ତ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ୧୫ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ନିମନ୍ତେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚୟନ କରାଯାଇଥିଲା। ସେଥିମଧ୍ୟରୁ ୭ ଜଣ ବିଭିନ୍ନ କାରଣରୁ ତୀର୍ଥଯାତ୍ରାରେ ସାମିଲ ହୋଇ ନପାରିଥିବାବେଳେ ୮ ଜଣ ଶ୍ରୀଜଗନ୍ନାଥ ଦର୍ଶନ ନିମନ୍ତେ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଥିବାବେଳେ ୫ ଜଣ ପୁରୁଷ ରହିଛନ୍ତି। ବ୍ଲକର ସିଲଫୋଡ଼ି ପଞ୍ଚାୟତର ୫ ଜଣ ତୀର୍ଥଯାତ୍ରୀ ମଧ୍ୟରୁ ୨ ମହିଳା ୩ ପୁରୁଷ, ପୋଖରିଆ ପଞ୍ଚାୟତ ୨ ମଧ୍ୟରୁ ଜଣେ ପୁରୁଷ ଜଣେ ମହିଳା ସେହିପରି ମୁରୁଣିଆଁ ପଞ୍ଚାୟତରୁ ଜଣେ ପୁରୁଷ ଥିବାବେଳେ ମୋଟ ସାରସକଣା ବ୍ଲକ ଅଧିନରୁ ୮ ଜଣ ଏ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇ ଯାଇଛନ୍ତି।ରାକେଶ ସାନ୍ତରା ସୁପରଭାଇଜର ରୂପେ ଉକ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଜିଲ୍ଲା ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିବେ। ବାରିପଦା ସହିଦ୍ ସ୍ମୁତି ଭବନରେ ସେମାନଙ୍କୁ ପଞ୍ଜୀକୃତ କରିବାପରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଥିବା କଥା ସାରସକଣା ସାମାଜିକ ସୁରକ୍ଷା ଅଧିକାରୀ ଚାମ୍ବ୍ରୁ ବେଶ୍ରା ଙ୍କ ଠାରୁ ଜଣାପଡ଼ିଛି। ତତ୍ ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶ୍ରୀଜଗନ୍ନାଥ ଦର୍ଶନ ଯାତ୍ରାର ବରିଷ୍ଠ ନାଗରିକ ମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀଧାମ ଦର୍ଶନ ମୁକ୍ଷେ ଯାତ୍ରା କରିବେ।ଆସନ୍ତାକାଲି ପୁରୀ ଧାମରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଦର୍ଶନ କରି ପରଦିନ ୧୩ ତାରିଖ ଶୁକ୍ରବାର ପ୍ରତ୍ୟାବର୍ତ୍ତନ କରିବେ । ଉକ୍ତ ତୀର୍ଥଯାତ୍ରା ଯୋଜନାରେ ସାରସକଣାରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦର୍ଶନଯାତ୍ରା ଶୁଭାରମ୍ଭ କରିଥିଲେ।