ପେଣ୍ଡାରାବନ ତିଖାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତଏକାଠି ହେଲେ ନୂଆପଡ଼ା ଜିଲ୍ଲାର ଆଦିବାସୀ ସମାଜ, ପାରମ୍ପରିକ ନୃତ୍ୟ-ଗୀତରେ ମୁଖରିତ ପରିବେଶ
ପେଣ୍ଡାରାବନ ତିଖାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ
ଏକାଠି ହେଲେ ନୂଆପଡ଼ା ଜିଲ୍ଲାର ଆଦିବାସୀ ସମାଜ, ପାରମ୍ପରିକ ନୃତ୍ୟ-ଗୀତରେ ମୁଖରିତ ପରିବେଶ
କୋମନା, ୯:୨୬: (କଲିଙ୍ଗ ଫୋକସ)ରିପୋଟ,ଗିରେନ୍ଦ୍ର କୁମାର ଜଗତ:ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଜି ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ସମାଜର ଲୋକମାନେ ଏକାଠି ହୋଇ ପେଣ୍ଡାରାବନ ଗ୍ରାମର ତିଖାଲିଠାରେ ଏହି ଦିବସକୁ ବହୁ ଆଡମ୍ବର ଓ ଉତ୍ସାହର ସହିତ ପାଳନ କରିଛନ୍ତି। ଏହି ଅବସରରେ ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି, କଳା, ଭାଷା ଓ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସଂଘର ପ୍ରତିନିଧି, ସାମାଜିକ କର୍ମୀ, ଯୁବକ-ଯୁବତୀ ଓ ସମାଜର ବହୁ ବ୍ୟକ୍ତି ଯୋଗଦେଇଥିଲେ। ସମସ୍ତେ ଏକତ୍ରିତ ହୋଇ ନିଜ ସମାଜର ଏକତା, ଭାଇଚାରା ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଦିବସ ପାଳନ ଅବସରରେ ପାରମ୍ପରିକ ଆଦିବାସୀ ବେଶଭୂଷାରେ ଲୋକମାନେ ଯୋଗଦେବା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଢୋଲ, ନିଶାନ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଆଦିବାସୀ ସଂସ୍କୃତିର ଏହି ମନୋରମ ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା।
ବକ୍ତାମାନେ କହିଥିଲେ ଯେ, ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସମ୍ପଦ ସହିତ ଜଡ଼ିତ ଜୀବନଶୈଳୀ ଦେଶର ଅମୂଲ୍ୟ ସାଂସ୍କୃତିକ ସମ୍ପଦ। ଏହାର ସୁରକ୍ଷା ସହ ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ ବିକାଶ ଦିଗରେ ସମସ୍ତଙ୍କୁ ଏକାଠି ହୋଇ କାମ କରିବା ଆବଶ୍ୟକ।
ଏହି ଅବସରରେ ଆଦିବାସୀ ଯୁବପିଢ଼ି ନିଜ ପରମ୍ପରା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ ସମାଜର ସାମଗ୍ରିକ ବିକାଶରେ ନିଜର ଭୂମିକା ନେବାକୁ ସଂକଳ୍ପ ନେଇଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।