Header-News-Banner

ଶାସନ ପ୍ରଶାସନ ଲୋକଙ୍କ ସେବକ ଥିବା ବେଳେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପୁଞ୍ଜିପତି କାରଖାନା ମାଲିକ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ର ସେବକ ସାଜି ଖୋଲମଖୋଲା ବେଆଇନ କାର୍ଯ୍ୟ କରୁଥିବାର ସାଂଘାତିକ ଅଭିଯୋଗ।

0
IMG-20260225-WA0165

ବିଗତ ଡିସେମ୍ବର ମାସରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ରାଜଗାଙ୍ଗପୁର ଦ୍ଵାରା ଲାଞ୍ଜିବେରନା ଅଞ୍ଚଳର ଆଦିବାସୀ ମାନଙ୍କ ଜମିକୁ ରାତିଅଧିଆ ଜୋରଜବରଦସ୍ତ କବଜା କରିବାକୁ ଚେଷ୍ଟା କରି ପ୍ରବଳ ଜନବିରୋଧ ଯୋଗୁଁ ହଟହଟା ହୋଇ ଉକ୍ତ ଜମିକୁ ଛାଡ଼ିବାକୁ ବାଧ୍ୟ ହୋଇଥିବା ବେଳେ ପୁଣି ଆଜି ଭୋର ୪ ଟାରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦିବାସୀ ମାନଙ୍କ ଜମି କବଜା କରିବାକୁ ଆସିଥିବା ବେଳେ ଲୋକେ ଜମି ଅଧିଗ୍ରହଣ ପାଇଁ ଥିବା ଦସ୍ତାବିଜ ଦେଖିବାକୁ କହିବାରୁ ୧୪ ଜଣକୁ ପୋଲିସ ଘଟଣାସ୍ଥଳରୁ ଟେକି ନେଇଥିଲା।

ଏହି ଖବର ପ୍ରସାରିତ ହେବା ମାତ୍ରେ ହଜାର ହଜାର ଆଦିବାସୀ ଉକ୍ତ ବେନିୟମ ଜମି କବଜା କୁ ବିରୋଧ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମୁତୟନ ମାଜିଷ୍ଟ୍ରେଟ ସାମ୍ନାରେ ନିଜ ପକ୍ଷ ରଖି ସୁପ୍ରିମକୋର୍ଟ ରେ ଏବିଷୟରେ ମକଦ୍ଦମା ଚାଲିଥିବା ବେଳେ କମ୍ପାନୀ ସପକ୍ଷରେ ଜୋରଜବରଦସ୍ତ ଜମି କବଜା କୁ ପ୍ରଶାସନ ର କୁଶ୍ଚିତ ପ୍ରୟାସ କୁ ବିରୋଧ କରି କହିଥିଲେ ଯେ ସୁନ୍ଦରଗଡ଼ ଜିଲ୍ଲା 5th schedule ଜିଲ୍ଲା ଭାବେ ଘୋଷିତ ଥିବା ବେଳେଳ ପ୍ରଶାସନ ଆଦିବାସୀଙ୍କ ହକ୍ ଏବଂ ନ୍ୟାର୍ଯ୍ୟ ଦାବି କୁ ଭ୍ରୁକ୍ଷେପ ନକରି ପୁଞ୍ଜିପତି କାରଖାନା ମାଲିକଙ୍କ ସପକ୍ଷରେ କାମ କରୁଛି ତାକୁ ଆମ୍ଭେ ଘୋର ନିନ୍ଦା କରୁଛୁ ଏବଂ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଉକସେଇ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରି ବଳ ପ୍ରୟୋଗ କରିବାର କୁଚକ୍ରାନ୍ତ କରି ଆଦିବାସୀମାନଙ୍କୁ ଚପେଇବାର ପ୍ରୟାସ କୁ ମଧ୍ୟ ନିନ୍ଦା କରୁଛୁ। ଲୋକେ ଶାନ୍ତି ର ସହ ଉପସ୍ଥିତ ଜିଲ୍ଲା ପ୍ରଶାସନ କୁ ତହସିଲଦାର ରାଜଗାଙ୍ଗପୁରଙ୍କ ମାଧ୍ୟମରେ ତିନୋଟି ଲିଖିତ ସଂବୈଧାନିକ ପ୍ରଶ୍ନ ପଚାରିଥିଲେ ଏବଂ ଉକ୍ତ ତିନୋଟି ପ୍ରଶ୍ନର ଉତ୍ତର ପ୍ରଶାସନ ପାଖରେ ଥିଲେ ଦିଅନ୍ତୁ ବୋଲି ଦାବି କରିଥିଲେ।କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଉତ୍ତର ଦିଆଗଲା ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସହିତ ଆଲୋଚନା କରିବା ଓ ତାଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ କମ୍ପାନୀ ଦ୍ଵାରା ନିୟୋଜିତ ମାତ୍ରାଧିକ ମେସିନ୍ ଗୁଡ଼ିକ କେମିତି ଜମି ଗୁଡିକୁ ଶିଘ୍ର ସମତୁଲ କରି ତା ଚିହ୍ନ ବର୍ଣ୍ଣ ବଦଳି କରି କମ୍ପାନୀ କେମିତି ଜମି କବଜା କରିବ ତା ପ୍ରତି ଆଗ୍ରହୀ ଥିବାର ଦେଖିବାକୁ ମିଳିଥିଲା।
ଗଣତନ୍ତ୍ର ରେ ଲୋକଙ୍କ,ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଥିବା ସରକାର ବର୍ତ୍ତମାନ ଲୋକଙ୍କ ପାଇଁ ନୁହଁ ବରଂ ପୁଞ୍ଜିପତି ଭ୍ରଷ୍ଟାଚାରୀ ମାନଙ୍କ ସପକ୍ଷରେ କାମ କରୁଥିବାର ଅଭିଯୋଗ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଛି।
ଲୋକେ ନିଜ ପିଡା ପ୍ରକାଶ କରି କହିଛନ୍ତି ଯେ,ଆଜିକା ଦିନରେ ଆମ MLA,MP, ମୂଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଆଦିବାସୀ ଥିବା ବେଳେ ପୁଞ୍ଜିପତି ଓ କାରଖାନା ମାଲିକଙ୍କ ଦୈ।ରାତତ୍ମ ବିଷୟରେ ଜାଣି ମଧ୍ୟ ସେମାନେ ନିରବଦ୍ରଷ୍ଟା ସାଜିଛନ୍ତି ଏହାଠୁ ବଳି ଆଉ ଆମ ଦୁଃଖ କଣ ହେବ।

Spread the love

Leave a Reply

Your email address will not be published. Required fields are marked *