Header-News-Banner

ଫେଣା ମହୁ ଉତ୍ପାଦନ ପାଇଁ ଦୁଇ ଦିନିଆ ତାଲିମ ଶିବିର

0
WhatsApp Image 2026-03-13 at 6.08.14 PM

ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସଂଗମକାରି କୀଟ ପ୍ରକଳ୍ପ, ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ର ମିଳିତ ପ୍ରୟାସ ରେ ଦୁଇ ଦିନିଆ ଫେଣା ମହୁର ଉତ୍ପାଦନ କୌଶଳ ଏବଂ ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ର, ପରିସରରେ ରେ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ଜିଲ୍ଲାର ୨୦ ଜଣ ଅଗ୍ରଣୀ ମହୁ ଚାଷୀ ଅଂଶଗ୍ରହଣ କରିଥିଲେ । “ଫେଣା ମହୁ ପ୍ରକଳ୍ପ” ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟରେ ଶୁଦ୍ଧ ମହୁର ଗୁଣବତ୍ତା ଯଥା – ଏହାର ଔଷଧୀୟ ଗୁଣ, ଉତ୍ତମ ପ୍ୟାକେଜିଙ୍ଗ ଓ ବଜାର ଚାହିଦା ସମ୍ବଦ୍ଧରେ ପୂର୍ବତନ ଏମେରିଟସ୍ ଵୈଜ୍ଞାନିକ ଡ଼ଃ. ସି.ଆର୍. ଶତପଥୀ ଆଲୋକପାତ କରିଥିଲେ । ଫେଣା ମହୁର ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଅଧିକ ଚାହିଦା ଥିବାରୁ ଚାଷୀ ମାନଙ୍କ ଆର୍ଥିକ ବୃଦ୍ଧି ପାଇଁ ଏହାର ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ. ଜୀବନଜିତ୍ ସେନ୍ ଚାଷୀ ଓ ଲୋକଙ୍କ ମଧ୍ୟରେ ଫେଣା ମହୁର ପ୍ରସାର, ଆଦୃତ ବୃଦ୍ଧି ଓ ଆୟ ବୃଦ୍ଧି ନିମନ୍ତେ ଆହ୍ଵାନ କରିଥିଲେ । ପ୍ରକଳ୍ପର ମୁଖ୍ୟ ଗବେଷିକା ଡ଼ଃ. ପ୍ରଭାସିନୀ ବେହେରା ସ୍ୱାଗତ ଭାଷଣ ଦେବା ସହିତ ଏହାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ । ପ୍ରକଳ୍ପର ବୈଜ୍ଞାନିକ ଡ଼ଃ. ଉତ୍ତମ କୁମାର ବେହେରା ଫେଣା ମହୁର ପରିଚାଳନା ବିଷୟରେ ବୈଜ୍ଞାନିକ ବକ୍ତବ୍ୟ ଦେଇଥିଲେ ଓ ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ଦେବାଶିଷ୍ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏଥିରେ ମହୁମାଛି ବୈଷୟିକ ସହାୟକ,ଯୁଧିଷ୍ଟିର ସ୍ୱାଇଁ ଓ ପୀତବାସ ଗଉଡ଼ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *