Header-News-Banner

ଧର୍ମଗଡ ରେ ନୂତନ ଏସ ,ଡି,ପି ,ଓ,ଭାବେ ଉର୍ଷିଆ ଅଡେ ପୁ ଆଇପିଏସ ଙ୍କ ଯୋଗଦାନ

0
IMG-20260303-WA0124

ଧର୍ମଗଡ (କଳିଙ୍ଗ ଫୋକସ୍ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ):
ଧର୍ମଗଡ ଉପଖଣ୍ଡର ନୂତନ ଏସ ଡି ପି ଓ ଭାବେ ଆଇପିଏସ ସୁଶ୍ରୀ ଉର୍ଷିଆ ଆଡେପୁ କାର୍ଯ୍ୟରେ ଯୋଗଦେଇଛନ୍ତି।ଏଠାରେ କାର୍ଯ୍ୟରତ ଏସଡିପିଓ ଡୋଳମଣି ଭୋଇ ପଦୋନ୍ନତି ପାଇ ଭବାନୀପାଟଣା(କଳାହାଣ୍ଡି ଜିଲ୍ଲାର) ଅତିରିକ୍ତ ଏସ ପି ଭାବରେ ବଦଳି ହେବାପରେ ଆଇ ପି ଏସ ଉର୍ଷିଆ ଅଡେପୁ ଗତ ଫେବୃଆରୀ ୨୩ ତାରିଖ ଦିନ କାର୍ଯ୍ୟରେ ଯୋଗ ଦେଇ ଛନ୍ତି।ତେଲେଙ୍ଗାନା ରାଜ୍ୟର ୨୦୨୧ବ୍ୟାଚ ର ଆଇପିଏସ ସୁଶ୍ରୀ ଅ ଡେ ପୁ ଏଥି ପୂର୍ବରୁ ଅନୁଗୋଳ ଜିଲ୍ଲାର ପ୍ରୋବେସନ ରେ କାର୍ଯ୍ୟରତ ଥିଲେ।ନବ ନିଯୁକ୍ତି ଏସ ଡି ପି ଓ ଙ୍କୁ ଧର୍ମଗଡ ବଣିକ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଓ ବିଦାୟୀ ଡି ଏସ ପି ଶ୍ରୀଯୁକ୍ତ ଦୋଲମନି ଭୋଇ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ଧର୍ମଗଡ ସହରର ମୁଖ୍ୟ ସମସ୍ୟା ଟ୍ରାଫିକ ସମସ୍ୟାର ନୀୟତ୍ରଣ ,ଓ ପୋଲିସ ର ରାତ୍ରି କାଳୀନ ପେଟ୍ରୋଲିଂ ,ସହରକୁ ଭାରିଯନ୍ ପ୍ରବେଶ ଭଳି ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ପାଇଁ ଏସ ଡି ପି ଓ ସୁଶ୍ରୀ ଅ ଡେପୁ ମଧ୍ୟ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *