Header-News-Banner

ଜଳଦାନ ସେବା ତଥା ଥଣ୍ଡା ଏବଂ ଦହିପାଣି ବଣ୍ଟନ

0
WhatsApp Image 2026-05-01 at 2.20.09 PM (1)

ପାଟଣାଗଡ- ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ବୈଶାଖମେଳାର ତୃତୀୟ ରାଜନୀ ଅବସରରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ପାତ୍ରଙ୍କ ଉପସ୍ଥିତିରେ ହରିଶଙ୍କର ପୀଠରେ ବଲାଙ୍ଗିର ଜିଲ୍ଲାର ଭାରତ ସ୍କାଉଟ ଗାଇଡ ଦ୍ଵାରା “ଜଳଦାନ ସେବା ଶିବିର” ଓ ଜୁନିଅର ରେଡକ୍ରସ୍ ବଲାଙ୍ଗିର ଦ୍ଵାରା ସାମାଜିକ ସେବା ଶିବିରର ବୁଧୁବାର ଦିନ । ପ୍ରଚଣ୍ଡ ଖରାରେ ପୀଠକୁ ଆସୁଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ସେବା ପାଇ ବହୁତ ଖୁସି ପ୍ରକଟ କରିବା ସହ ଆୟୋଜକଙ୍କୁ ସାଧୁବାଦ ଜଣାଇଛନ୍ତି । ବୁଧୁବାର ଗନ୍ଧମାର୍ଦ୍ଦନ ପାହାଡର ଆର ପାଖ ନୃସିଂହନାଥ ପୀଠରୁ ଶ୍ରଦ୍ଧାଳୁ ମାନେ ହରିଶଙ୍କର ରେ ପହଞ୍ଚି ଏହି ଶିବିରରେ ବଣ୍ଟା ଯାଉଥିବା ଥଣ୍ଡା ପାଣି ଓ ଦହି ପାଣି ର ମଜା ନେଇଥିଲେ । ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜୁନିଅର ରେଡକ୍ରସ୍ କାଉନସିଲର, ସ୍କାଉଟ ଗାଇଡ୍ କ୍ୟାପଟେନ ତଥା ଏହି ଶିବିର ପରିଚାଳନା କରୁଥିବା ଖପ୍ରାଖୋଲ ବ୍ଲକ୍ ର ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ଦେଖି ଜିଲ୍ଲା ଶାରୀରିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର ଖୁସି ବ୍ୟକ୍ତ କରି ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଶିବିରରେ ମହାରାପଦର୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ, ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘୁନସର୍ ର ପ୍ରଧାନ ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତା, ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାଶ ଓ ଖେଳ ଶିକ୍ଷକ ପ୍ରମୋଦ ବାଗ, ଫୁଳକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ବେହେରା , ଧଣ୍ଡାମୁଣ୍ଡା ଜବାହରଲାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଅଜେୟ କୁମାର ଭୋଇ,ଖେଳ ଶିକ୍ଷକ ରଜତ କୁମାର ଦାଶ, ଶୁଭେନ୍ଦୁ ମହାନ୍ତି, ହେମନ୍ତ ପ୍ରଧାନ, ରାମନାରାୟଣ ଦାଶ,ଘନଶ୍ୟାମ ମେହେର,ରୋଜି ମଲ୍ଲିକ, ନିହାରିକା ଦଳପତି, ଉସତ ଗଡତିଆ, ଅମର ସାହୁ, ଅମର ମାଝୀ, ନୀଳିମା ମିଶ୍ର, ପୁନମଚନ ମାଝୀ, ଭୋଜରାଜ ଗହୀର, ଫାଲଗୁନି ବାରିକ, ସନାତନ କୁମ୍ଭାର, କୁମୁଦ ଚନ୍ଦ୍ର ଠାକୁର, ଡୋଲାମଣି ପଧାନ, ଜିଲ୍ଲା ସଂଗଠକ ବିନୋଦ କୁମାର ମହାପାତ୍ର ଓ ଜୟଶ୍ରୀ ପୋଢ଼ ଙ୍କ ସହିତ ଜିଲ୍ଲାର ସମସ୍ତ ସ୍କାଉଟ ମାଷ୍ଟର୍ ଗାଇଟ୍ କ୍ୟାପଟେନ ଏବଂ ଜୁନିଅର ରେଡକ୍ରସ୍ କାଉନସିଲର ପ୍ରମୁଖ ଏହି ଶିବିରରେ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *