Header-News-Banner

ଅତଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ।ନନ୍ଦପୁର ୧୪-୧୦ ,( ବିମଳ ସ୍ମିତ) କୋରାପୁଟ ଜ଼ିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ୮ ଜଣ ୱାର୍ଡ଼ ମେମ୍ବର ଉପ ଜ଼ିଲ୍ଲାପାଳ ଓ ଜ଼ିଲ୍ଲାପାଳ ଙ୍କ ଦ୍ଵାରସ୍ତ ହୋଇଛନ୍ତି। ୱାର୍ଡ଼ ମେମ୍ବରମାନଙ୍କ କହିବା ଅନୁସାରେ ଅତଣ୍ଡା ସରପଞ୍ଚଙ୍କ ଉପରେ ଆଉ ଆସ୍ଥା ପ୍ରକଟ କରୁ ନ ଥିବା ଅତଣ୍ଡା ପଂଚାୟତର ନିର୍ବାଚିତ ୱାର୍ଡ ମେମ୍ୱରମାନେ ସେଥିପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ପତ୍ର ମାଧ୍ୟମରେ ଉଲ୍ଲେଖ ରହିଛି l କାହିଁକି କଣ ପାଇଁ ସରପଂଚଙ୍କ ଉପରେ ଆସ୍ଥା ପ୍ରକଟ କରୁନାହାନ୍ତି ଏହି କଥା ତଥା ବିଷୟ ଉଲ୍ଲେଖ ହୋଇ ନାହିଁ l ତେବେ ମଙ୍ଗଳବାର ଆଠ ଜଣ ୱାର୍ଡ ମେମ୍ବର କୋରାପୁଟ ଉପ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅନାସ୍ଥା ପତ୍ର ଦାଖଲ କରି ତୁରନ୍ତ ନନ୍ଦପୁର ବିଡ଼ିଓଙ୍କୁ ପଂଚାୟତ ସଭା ଡାକିବାକୁ ଗୁହାରି କରିଛନ୍ତି ୱାର୍ଡ ମେମ୍ବରମାନେ । ଅନ୍ୟ ପଟେ ଏ ନେଇ ଖବର ଲେଖାଯିବା ପୂର୍ବରୁ ସଂପୃକ୍ତ ସରପଂଚ ସହଦେବ ପାଙ୍ଗିଙ୍କ କୌଣସି ପ୍ରତିକ୍ରିୟା ମିଳପାରିନାହିଁ l

0
IMG-20251014-WA0179
Spread the love

Leave a Reply

Your email address will not be published. Required fields are marked *