Header-News-Banner

କଟକ ଦେଉଳସାହିରେ NIA ଟିମ୍‌

0
1745920989860_tHUM

କଟକ ଦେଉଳସାହିରେ NIA ଟିମ୍‌। ପହଲଗାମ୍‌ ଆତଙ୍କୀ ହମ୍‌ଲା ଜୀବନ ବଞ୍ଚାଇ ଫେରି ଆସିଥିବା ରଞ୍ଜିତ ଭୋଳଙ୍କ ଘରେ ଟିମର ପଚରାଉଚରା ଜାରି। ଆତଙ୍କୀଙ୍କ ବର୍ବର ଆକ୍ରମଣକୁ ନିଜ ଆଖିରେ ଦେଖିଥିଲେ ଭୋଳ ପରିବାର। ବାପା, ମାଆ, ପୁଅ, ବୋହୂ ୪ ଜଣ ବୁଲି ଯାଇଥିଲେ ପହଲଗାମ୍‌

କଟକ ଦେଉଳସାହିରେ NIA ଟିମ୍‌ । ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି କଲେ ପଚରାଉଚରା । ପହଲଗାମ୍‌ ଆତଙ୍କୀ ହମ୍‌ଲା ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର । ଆତଙ୍କୀଙ୍କ ବର୍ବର ଆକ୍ରମଣକୁ ନିଜ ଆଖିରେ ଦେଖିଥିଲେ । ଗତ ୧୯ ତାରିଖରେ କାଶ୍ମୀର ଯାଇଥିଲେ ରଞ୍ଜିତ ଭୋଳ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂ ।

୨୨ ତାରିଖରେ ପହଲଗାମ୍‌ରେ ପୁଅ ସନ୍ଦୀପ ଭୋଳଙ୍କ ବିବାହ ବାର୍ଷିକୀ ମାନାଉଥିଲେ । ହେଲେ ଏହି ସମୟରେ ଅଚାନକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କିଛି ବୁଝିବା ପୂର୍ବରୁ ଆତଙ୍କବାଦୀ ମାନେ ଜଣଙ୍କ ପରେ ଜଣେ ଲୋକଙ୍କୁ ଗୁଳି ମାରିବାରେ ଲାଗିଥିଲେ । ମହାଦେବ ବଞ୍ଚାଇ ଦେଇଥିଲେ ବୋଲି କହିଥିଲେ ଭୋଳ ପରିବାର ।

Spread the love

Leave a Reply

Your email address will not be published. Required fields are marked *