Header-News-Banner

ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ନାବାଳିକା ଉଦ୍ଧାର,ଥାନାରେ ମାମଲା l

0
Picsart_25-08-21_11-55-10-394

ସୁବର୍ଣ୍ଣପୁର – ୨୧/୦୮ ( ରାମହରି ସେଠୀ ଙ୍କ ରିପୋର୍ଟ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ସିଂଘିଯୁବା ଗ୍ରାମର ଜଣେ ଯୁବତୀ ସକାଳୁ ଘରୁ ବାହାରି ବିନିକା ସହରରେ ଥିବା ମହାବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲା ପାଠ ପଢ଼ି ସାରି ଘରକୁ ଫେରିବା ବେଳେ ବିନିକା ବସଷ୍ଟାଣ୍ଡ ଠାରେ ବସକୁ ଅପେକ୍ଷା କରିଥିଲା ଠିକ ଏହି ସମୟରେ ୩ଜଣ ନାବାଳକ ଯୁବକ ସେଠାରେ ପହଞ୍ଚିଥିଲେ। ସେଥିରୁ ଦୁଇ ନାବାଳକ ଯୁବତୀର ହାତକୁ ଧରି ଦେବାପରେ ଅନ୍ୟ ଜଣେ ଯୁବକ ନାବାଳିକା ଯୁବତୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା ।ଫଳରେ ନାବାଳିକା ଯୁବତୀ ଲହୁଲୁହାନ ହୋଇଥଲା ।ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଯୁବତୀ ଜଣକ ସେଠାରୁ ଦୌଡ଼ି ଦୌଡ଼ି ବିନିକା ଥାନାକୁ ଯାଇ ପୋଲିସ ଆଗରେ ସବୁ କଥା କହିଥିଲା ।ତତକ୍ଷଣାତ୍ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା ।ହେଲେ ମାଡ଼ ମାରିଥିବା ଯୁବକ ମାନେ ସେଠାରୁ ଫେରାର ମାରିଥିଲେ।ଫଳରେ ପୋଲିସ ଯୁବତୀକୁ ଧରି ଥାନାକୁ ଆସିଥିଲା ।ହେଲେ ଯୁବତୀ ଜଣକ ମାନସିକ ଚାପରେ ପଡି ବେହୋସ୍ ହୋଇ ଯିବାରୁ ତତକ୍ଷଣାତ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।କିଛି ସମୟ ପରେ ଯୁବତୀର ଚେତା ଆସିଥିଲା। ବାପା ଛେଉଣ୍ଡ ଝିଅ ର ବଡବାପା ଅଧିକାରୀ ଭୋଇ ଶିଶୁ ସୁରକ୍ଷା ଟୋଲ ଫ୍ରି ନଂ ୧୦୯୮କୁ ଫୋନ କରିଥିଲେ । ଶିଶୁ ସୁରକ୍ଷା ସମିତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଏହି ସମ୍ବେଦନସିଲ ବିଷୟ ଜାଣିବା ପରେ ନିଜର ତତ୍ୱରତା ଦେଖାଇ ଶିଶୁ କଲ୍ୟାଣ ସମିତି କୁ ଫୋନ କରି ଜଣାଇ ସିଡବ୍ଲୁସି କେସ ନଂ ୩୪୭/୨୫ରେ ରୁଜ୍ଜୁ କରିଥିଲେ। ସେହିପରି ବିନିକା ଥାନାକୁ ମଧ୍ୟ ଏନେଇ ଥାନାରେ କେସକରିବା ପାଇଁ ଜଣାଇ ବା ଫଳରେ ଥାନ କେଶ୍ ନମ୍ବର ୧୬୭/୨୫ରେ ଏକ ମାମଲା ରଜୁ ହୋଇଥିଲା ।ଆଜି ସକାଳେ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ବିନିକା ଥାନାକୁ ଆସି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ତେବେ ନାବାଳିକା ଯୁବତୀକୁ ମାଡ଼ ମାରିଥିବା ଯୁବକର ସାଥିରେ ଥାଇ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଯୁବକ କୁ ପୋଲିସ କାହିଁକି ଗିରଫ କରିବାରେ ଅନୁକମ୍ପା ଦେଖାଇଛି ସେନେଇ ଜନସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି ? ତେବେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ସଖୀର ସଦସ୍ୟ ମାନେ ବିନିକା ଥାନାକୁ ଆସି ଏବଂ ପରେ ନାବାଳିକା ଯୁବତୀର ଘରକୁ ଯାଇ ବୁଝି ନାବାଳିକାକୁ ନିଜ ପରିବାରର ପରାମର୍ଶରେ ତାଙ୍କଠୁ ଆଣି ଶିଶୁକଲ୍ୟାଣ ସମିତିରେ ଉପସ୍ଥାପନ କରିଥିଲେ ଶିଶୁକଲ୍ୟାଣ ସମିତିର ହେମନ୍ତ ଶା ସଦସ୍ୟ ସଖୀରେ ରହିବାକୁ ଅନୁମତି ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଚାଇଲ୍ଡ ହେଲ୍ପ ଲାଇନ, କାଉନସିଲର୍ ସୁଧୀର କୁମାର ଦାସ,ପାୟଲ ମିଶ୍ର ପରିଚାଲିକା ସଖୀ , ସୁପ୍ରଭା ମଞ୍ଜରୀ ସିଂ ସଖୀ କାଉନ ସିଲର୍ ଉପସ୍ଥିତ ରହି ସହଯୋଗ କରିଥିଲେ।ତେବେ ନାବାଳିକା ଯୁବତୀର ସୁରକ୍ଷା ଏବଂ ଶିକ୍ଷାର ସବୁ ସୁବିଧା କରାଯିବ ବୋଲି ସୁଜିତ୍ ମିଶ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *