ଅନଲାଇନରେ ଟଙ୍କା ଲଗାଇ ଖେଳୁଥିଲେ ଦେଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ ଖବର
କଣ ଆପଣ ଅନଲାଇନରେ ଟଙ୍କା ଲଗାଇ ଖେଳୁଥିଲେ କି ? ଆପଣ ବି ଅନଲାଇନ ଜୁଆ ଖେଳି ଧନୀ ହେବାର ସ୍ଵପ୍ନ ଦେଖି କାଙ୍ଗାଳ ହୋଇଛନ୍ତି କି। ଅନେକ ଟଙ୍କା ହରାଇ ଅନୁତାପ କରୁଛନ୍ତି କି । ଅନଲାଇନ୍ ଗେମକୁ ନେଇ ଆସିଲା ବଡ ଖବର। ତୁରନ୍ତ ଏହି ଖବର ଉପରେ ନଜର ପକାନ୍ତୁ । ବ୍ୟାନ ହେବ ଅନଲାଇନ୍ ଜୁଆ ଗେମ୍ । କାହିଁକି ଓ କଣ ପାଇଁ ? ସରକାର କାହିଁକି ହଟାତ୍ ନେଲେ ଏଭଳି ନିଷ୍ପତ୍ତି ଆସନ୍ତୁ ଜାଣିବା ।
ଏବେ ପ୍ରାୟ ସମସ୍ତଙ୍କ ମୋବାଇଲରେ ଅନଲାଇନ୍ ଗେମିଁଙ୍ଗ ଆପ୍ ରହିଛି । ସମସ୍ତେ ବିନା ପରିଶ୍ରମରେ ଜୁଆ ଖେଳି ଘରେ ବସି ଧନୀ ହେବାକୁ ଚାହିଁ ହଜାର ହଜାର ,ଲକ୍ଷ ଲକ୍ଷ ଟଙ୍କା ହରାଇ କ୍ଷତି ଗ୍ରସ୍ତ ହେଉଛନ୍ତି । ଆଉ ଅନେକ ଜଣ ମାନସିକ ଭରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ମଧ୍ୟ ନେଉଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ସରକାର ଏକ ପଦକ୍ଷେପ ନେବାକୁ ଯାଉଛନ୍ତି । ଅନଲାଇନ ଗେମିଂ ଉପରେ ପ୍ରତିବନ୍ଧକ ଲଗାଇଲେ ମୋଦି ସରକାର । ସାଇବର ଠକେଇକୁ ରୋକିବା ଅଗଷ୍ଟ ୨୦ ରେ ସଂସଦରେ ପାସ ଅନଲାଇନ ଗେମିଂ ବିଲ – ୨୦୨୫ । ଅନଲାଇନ୍ ଗେମିଂ ବିଲ୍ କୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ଅନଲାଇନ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍ । ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ ଆଗତ କରାଯାଇଛି । ବିଲ୍କୁ ଉପସ୍ଥାପନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବେଟିଂ ସହ ଜଡିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଛି। ତେବେ ଆଜି ବିଲ୍ ପାସ୍ ବେଳେ ବିରୋଧୀମାନେ ହଙ୍ଗାମା କରିଥିବା ଦେଖାଯାଇଥିଲା । ଗୋଟିଏ ଦିନ ପୂର୍ବରୁ କ୍ୟାବିନେଟ ଦ୍ୱାରା ଅନୁମୋଦିତ ଏହି ବିଲ୍ ସଂସଦରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ କରାଯାଇଥିଲା। ଏନେଇ ବର୍ତ୍ତମାନ ରାଜ୍ୟସଭାରେ ବିତର୍କ ହେବାକୁ ଯାଉଛି, ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍, ୨୦୨୫ ଆଗତ କରିଥିଲେ। ଏହି ବିଲ୍ ଇ-କ୍ରୀଡା, ଶିକ୍ଷାଗତ ଖେଳ ଏବଂ ସାମାଜିକ ଖେଳ ସମେତ ଅନଲାଇନ୍ ଗେମିଂ କ୍ଷେତ୍ରକୁ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି। ତଥାପି, ବିରୋଧୀ ଦଳ ବିରୋଧ ଜାରି ରଖି ବିହାର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ବାଧା ସୃଷ୍ଟି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହି ବିଲ୍ ସମସ୍ତ ଅର୍ଥ ଲଗାଣଭିତ୍ତିକ ଅନଲାଇନ୍ ଗେମକୁ ବେଆଇନ ଘୋଷଣା କରିବ। ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ।