ଜାତୀୟ ରାଜପଥ ର ଗୋରୁ ବୋଝେଇ କଣ୍ଟିନର ଜବତ।
ବାହାନଗା, ୬/୯(କାର୍ତ୍ତିକ ପୁଥାଳ):- ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଗୋରୁ ଭର୍ତି ଥିବା ଏକ କଣ୍ଟିନର କୁ ଗୋ ସୁରକ୍ଷା ବାହିନୀ ସନ୍ଦେହ କରି ସକାଳ ସମୟ ରେ ଅଟକାଇଥିଲେ। ଖନ୍ତାପଡ଼ା ଥାନାକୁ ଘଟଣା ସମ୍ବଦ୍ଧରେ ଖବର ଦିଆଯାଇଥିଲା। ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଯାଞ୍ଚ କରିବାରୁ କଣ୍ଟିନର ରେ ଗୋ ବୁଝେଇ ହୋଇ ଥିବାର ଦେଖିବାକୁ ପାଇଥିଲା। ଏ ସମ୍ପର୍କ ରେ ସ୍ଥାନୀୟ ବାସିନ୍ଦା ପଥ ଚାରି ସମାଜସେବୀ ଗୋ ସୁରକ୍ଷା ବାହିନୀ ଶ୍ରୀକୃଷ୍ଣ ବଲ୍ଲଭା ୱେଲଫେର ଫାଉଣ୍ଡେସନ ର କର୍ମୀ ମା ଭାରତୀ ଗୋଶାଳା ର ସମ୍ପାଦକ ଜିତେନ୍ଦ୍ର ସ୍ବାଇଁ ଏବଂ ବହୁ ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଁଚି ବେଆଇନ ଗୋରୁ ବୁଝେଇ ଚାଲାଣ କୁ ପ୍ରତିବାଦ କରିଥିଲେ। ଏଥି ପାଇଁ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ଶେଷରେ ପୋଲିସ ନିରୁପାୟ ହୋଇ ଖନ୍ତାପଡ଼ା ଥାନା ଅଭିମୁଖେ ନେଇଥିଲେ।ତେବେ ଖବର ଲେଖା ହେବା ବେଳକୁ କଣ୍ଟିନର ଭିତରେ କେତେ ଗୋବଂଶ ଥିଲେ ତାହା ଜଣା ପଡି ନାହିଁ।