ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ନୂଆପଡା :୦୮/୦୯ (ମଳୟ ମେହେର) ନୂଆପଡ଼ା ଜିଲ୍ଲା ର ଜଣେ ଗରିବ ଙ୍କ ସାଥୀ, ଜଣେ ମେଳାପୀ ବିଧାୟକ, ଜଣେ ସମାଜ ସେବୀ, ରାଜ୍ୟ ସରକାର ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବିଧାୟକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଦେହାନ୍ତ ହୋଇଛି । ସେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ବହୁତ ଦିନରୁ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ସେ ପୂର୍ବତନ ସରକାରରେ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ହିସାବରେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ତାଙ୍କ ଦେହାନ୍ତରେ ନୂଆପଡା ଜିଲ୍ଲା ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଏତିକି ତଥ୍ୟ ମିଳି ପାରିଛି । ତାଙ୍କର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାର କୁ ଧର୍ଯ୍ୟ ପ୍ରଦାନ କରନ୍ତୁ ଏହା ସମସ୍ତଙ୍କ କାମନା ।